ରାଜ୍ୟ

ଦର୍ଶକଙ୍କୁ ମନ ମୋହୁଛି ମା’ଙ୍କ ମେଢ଼, ମୂର୍ତ୍ତି

ରେଶମ ସହର ବ୍ରହ୍ମପୁରରେ ମା’ ଦୁର୍ଗାଙ୍କ ପୂଜା ବଡ଼ ଧୂମଧାମରେ ପାଳନ ହେଉଛି। ବିଜିପୁର ଓ ବଡ଼ବଜାରରେ ଆୟୋଜିତ ଦୁର୍ଗାପୂଜାରେ ସନ୍ଧ୍ୟା ସମୟରେ ଶ୍ରଦ୍ଧାଳୁମାନଙ୍କର ବ୍ୟାପକ ଭିଡ଼ ରହୁଛି। ଏଠାରେ ଦର୍ଶକଙ୍କୁ ଆକର୍ଷିତ କଲା ଭଳି ତୋରଣ ନିର୍ମାଣ କରାଯାଉଛି।ଭୁବନେଶ୍ବରର ପଳାଶୁଣୀ ଛକରେ ମା’ ଦୁର୍ଗା ଏଥର ଭାଟିକାନ ସିଟି ପେଲେସରେ ପୂଜା ପାଉଛନ୍ତି। କଟକରୁ ଭୁବନେଶ୍ବର ୧୬ ନମ୍ବର ଜାତୀୟ ରାଜପଥର କଡ଼ରେ ରସୁଲଗଡ଼ ପହଞ୍ଚିବା ପୂର୍ବରୁ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରିବା ପାଇଁ ଅଟକି ଯାଉଛନ୍ତି।ଚଳିତ ଦୁର୍ଗାପୂଜାରେ ଚକେଇସିହାଣୀ ଦୁର୍ଗାପୂଜା କମିଟି ବେଲୁର ମଠର ସଦୃଶ ତୋରଣ ପ୍ରସ୍ତୁତ କରିଛି, ଯାହା ଦର୍ଶକଙ୍କୁ ଆକର୍ଷିତ କରୁଛି। ଏହି ମଣ୍ଡପରେ ଷଷ୍ଠୀ ଅବସରରେ ସନ୍ଧ୍ୟା ପରଠାରୁ ପୂଜାର୍ଚ୍ଚନା ଚାଲିଛି। ଦଶହାର ପର୍ଯ୍ୟନ୍ତ ମଣ୍ଡପରେ ଶ୍ରଦ୍ଧାଳୁମାନେ ମାଙ୍କୁ ଆରାଧନା କରିବେ।

Leave a Reply

Your email address will not be published. Required fields are marked *