ଦୃଷ୍ଟିବାଧୃତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟୋପ, ସ୍ମାର୍ଟ ଫୋନ ଓ ଡେଜି ପ୍ଲେୟାର ବଣ୍ଟନ।
ଛତ୍ରପୁର – ସାଇଟସେଭର୍ସ ସଂସ୍ଥା ତରଫରୁ 11ଟା ଲାପଟପ, 15ଟୋ ସ୍ମାର୍ଟ ଫୋନ
ଏବଂ 14ଟା ଡେଜୀ ପ୍ଲେୟାର ।
ସମସ୍ତ ଶିଶୁର ସ୍ଵତନ୍ତ୍ରତାକୁ ଅନୁଧ୍ୟାନ କରି ଶ୍ରେଣୀଗୃହରେ ଉପଯୁକ୍ତ ସୁଯୋଗ ଏବଂ ଅନ୍ତର୍ନିବେଶୀ
ପରିବେଶ ସୃଷ୍ଟି କରି ଶିଶୁ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ସାଇଟସେଭର୍ସ ତରଫରୁ ବିଭିନ୍ନ ଅଭିନବ ପ୍ରୟାସ
କରାଯାଉଛି । ତନ୍ମଧ୍ୟରୁ ଦୃଷ୍ଟିବାଧ୍ୱ ଶିଶୁମାନଙ୍କୁ ପ୍ରଯୁକ୍ତିବିଦ୍ୟା ସହାୟକ ଉପକରଣ ମାଧ୍ୟମରେ ଶିକ୍ଷାଦାନ
କରିବା ଅନ୍ୟତମ । ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସଭାଗୃହରେ ତା:୩ ମାର୍ଚ୍ଚ
୨୦୨୩ ରିଖ ରେ ଦୃଷ୍ଟିବାଧ୍ତ ଶିକ୍ଷାର୍ଥୀଙ୍କୁ ପ୍ରଯୁକ୍ତିବିଦ୍ୟା ସହାୟକ ଉପକରଣ ବଣ୍ଟନ ଓ ତାଲିମ କାର୍ଯ୍ୟକ୍ରମ
ଆୟୋଜନ କରଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନରେ
ଅଧ୍ୟୟନରତ ୪୦ ଜଣ ଦୃଷ୍ଟିବାଧ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରିବା
ପୂର୍ବରୁ ସାଇଟସେଭର୍ସ ସାଧନକର୍ମୀ ଓ ସମଗ୍ର ଶିକ୍ଷାର ସାଧନକର୍ମୀ ଗଞ୍ଜାମ ଜିଲ୍ଲାର ଗ୍ରାମ ଓ ବିଦ୍ୟାଳୟ
ପରିଦର୍ଶନ କରି ଦୃଷ୍ଟିବାଧ୍ଵ ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କର ନେତ୍ର ଚିକିତ୍ସାଳୟରେ ଚକ୍ଷୁ ପରୀକ୍ଷା ବା
ଦୃଷ୍ଟିଶକ୍ତି ଆକଳନ ପରୀକ୍ଷା କରଯାଇଥିଲା। ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ସେମାନଙ୍କୁ ପାଠପଢା ପାଇଁ
ବ୍ରେଲ ଶିକ୍ଷା ତଥା ICT (ପ୍ରଯୁକ୍ତିବିଦ୍ୟା) ଉପକରଣ ବ୍ୟବହାର କରିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା।
ଏହାକୁ ଭିତ୍ତି କରି ସାଇଟସେଭର୍ସ ଆନ୍ତର୍ଜାତୀୟ ସମାଜସେବୀ ସଂସ୍ଥା ତରଫରୁ 11 ଜଣ ଶିକ୍ଷାର୍ଥୀଙ୍କୁ ଲାପଟପ,
15 ଜଣ ଶିକ୍ଷାର୍ଥୀଙ୍କୁ ସ୍ମାର୍ଟ ଫୋନ ଏବଂ 14 ଜଣ ଶିକ୍ଷାର୍ଥୀଙ୍କୁ ଡେଜୀ ପ୍ଲେୟାର ପ୍ରଦାନ କରଯାଇଥିଲା। ଏହି
କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥ୍ ଭାବେ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ, ଓଏସ, ଅତିରିକ୍ତ କାର୍ଯ୍ୟନିର୍ବାହୀ
ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀମତୀ କଲ୍ୟାଣୀ ଦାସ, ଜିଲ୍ଲା ସାମାଜିକ ସୁରକ୍ଷା