ରାଜ୍ୟ

ବିଦେଶରେ ଡାକ୍ତରୀ ଶିକ୍ଷା ନିମନ୍ତେ ବାଟ ଦେଖାଉଛି ଏଡ଼ୁନମ୍‌

ଭୁବନେଶ୍ୱର,(ପି.ଏନ): ଏଡ଼ୁନମ୍‌ – ଗାଇଡ଼ିଂ କ୍ୟାରିୟର୍‌ ଏକ ଅନୁଷ୍ଠାନ ଯାହା ଶିକ୍ଷାବିତ୍‌ ତଥା କ୍ୟାରିୟର ପରାମର୍ଶଦାତା ଶ୍ରୀ ଲମ୍ବୋଦର ରାଉତଙ୍କ ଦ୍ୱାରା ୨୦୦୭ରେ ପ୍ରତିଷ୍ଠିତ ହୋଇଥିଲା ।

ଏହା ଏକ ପ୍ରାଥମିକ ଶିକ୍ଷା ପରାମର୍ଶଦାତା ସଂଗଠନ ଯାହାକି ଛାତ୍ରଛାତ୍ରୀମାନଙ୍କର ବଜେଟ୍‌ ଏବଂ ଆଶା ଅନୁଯାୟୀ ବିଦେଶରେ ଡ଼ାକ୍ତରୀ ଅଧ୍ୟୟନ ତଥା ବିଦେଶରେ ଅଧ୍ୟୟନ କରିବାକୁ ସାହାର୍ଯ୍ୟ ଏବଂ ମାର୍ଗଦର୍ଶନ ଯୋଗାଇଥାଏ । ନୂତନ ଭାବେ ଶିକ୍ଷା ଗ୍ରହଣ କରିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରବିନ୍ଦ୍ର ନାରାୟଣ ବେହେରା, ସମ୍ମାନିତ ଅତିଥି ଭାବେ ଡଃ ଅଶୋକ ମହାପାତ୍ର (ପୂର୍ବତନ ନିର୍ଦ୍ଦେଶକ ଏମ୍ସ), ଡଃ ଗଂଙ୍ଗାଧର ସାହୁ(ପୂର୍ବତନ ଅଧ୍ୟକ୍ଷ, ଭିଏସ ଏସ୍‌ ମେଡକାଲ କଲେଜ, ବୁର୍ଲା) ଓ ମୁଖ୍ୟ ବକ୍ତା ଭାବେ ପ୍ରଶନ୍ନ କୁମାର ପାଟ୍ଟଶାଣୀ(ପୂର୍ବତନ ସାଂସଦ) ଯୋଗଦାନ କରି ଅନୁଷ୍ଠାନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସାଧୁବାଦ ଦେବା ସହ ଅନୁଷ୍ଠାନର ଉତ୍ତୋରତର ଉନ୍ନତି କାମନା କରିଥିଲେ । ଶୀର୍ଷ ଦେଶ ତଥା ବିଦେଶରେ ଅଧ୍ୟୟନ ତଥା ଏମ୍‌.ବି.ବି.ଏସ୍‌ ଶିକ୍ଷା ବିଷୟରେ ସଠିକ୍‌ ସୂଚନା ପ୍ରଦାନ କରିବାକୁ ଏହା ଲକ୍ଷ୍ୟ ରଖିଛି । ଏଡ଼ୁନମ୍‌ ଛାତ୍ରମାନଙ୍କୁ ରୁସିଆ, ବାଂଲାଦେଶ, ନେପାଳ, ପୋଲାଣ୍ଡ, ଜର୍ଜିଆ, ଉଜବେକିସ୍ତାନ, କାଜାକିସ୍ତାନ, ମରିସସ୍‌ ଏବଂ ଜର୍ମାନୀ ପରି ବିଦେଶରେ ଏମ୍‌.ବି.ବି.ଏସ୍‌ ପାଇଁ ସେମାନଙ୍କର ସଠିକ୍‌ ବିଶ୍ୱବିଦ୍ୟାଳୟ ବାଛିବାରେ ସାହାଯ୍ୟ କରେ ଏବଂ ଅଷ୍ଟ୍ରେଲିଆ, ସିଙ୍ଗାପୁର, ଜର୍ମାନୀ, ଦୁବାଇ, ମାଲେସିଆ, ଫ୍ରାନ୍ସ, ଆମେରିକା, ୟୁକୋ, କାନାଡ଼ା ଇତ୍ୟାଦି ୨୦୦୦ରୁ ଅଧିକ ଛାତ୍ରଛାତ୍ରୀ ପୂର୍ବରୁ ଏଡ଼ୁନମ୍‌ ମାଧ୍ୟମରେ ଶୀର୍ଷ ମେଡ଼ିକାଲ ବିଶ୍ୱବିଦ୍ୟାଳୟରେ ଏମ୍‌,ବି.ବି.ଏସ୍‌ ପାଠ୍ୟକ୍ରମରେ ଆଡ଼ମିଶନ ହୋଇସାରିଛନ୍ତି । ଏହାର ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀରେ ଥିବାବେଳେ ଭୁବନେଶ୍ୱରରେ ଶାଖା କାର୍ଯ୍ୟାଳୟ ଅଛି । ଭବିଷ୍ୟତରେ ସଫଳ ଡ଼ାକ୍ତର ହେବା ପାଇଁ ନିଜ କ୍ୟାରିୟର ସ୍ଥିର କରିଥିବା ଓଡ଼ିଶା ଛାତ୍ରମାନଙ୍କ ପ୍ରତିଭାକୁ ଚିହ୍ନିବା ପାଇଁ ଏଡ଼ୁନମ୍‌ ବିଦେଶରେ ଡ଼ାକ୍ତରୀ ଶିକ୍ଷା ନିମନ୍ତେ ଯାଉଥିବା ଛାତ୍ରଛାତ୍ରୀମାନଙ୍କ – ପୂର୍ବ- ବିଦାୟ ସମାରୋହ ଆୟୋଜନ କରିବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୨୦ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *