ରାଜ୍ୟ

ଦୁଇ ଦିନିଆ ଗସ୍ତରେ ମୟୂରଭଞ୍ଜରେ ୫ଟି ସଚିବ ଭିକେ ପାଣ୍ଡିଆନ୍।

ବାରିପଦା: ରୂପାନ୍ତରଣ ପର୍ବରେ ସାମିଲ ହେବ ମୟୂରଭଞ୍ଜ ଜିଲ୍ଲା। ମୟୁରଭଞ୍ଜକୁ ଦୁଇ ଦିନିଆ ଗସ୍ତରେ ଆସିଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ୍। ବଦଳିବ ଧାର୍ମିକ ପୀଠର ରୂପରେଖ, ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ। ଏହା ସହ ଜଳସେଚନ, ପାନୀୟ ଜଳ ଆଦି କ୍ଷେତ୍ରରେ ଜିଲ୍ଲାବାସୀ ଅଧିକ ସୁବିଧା ପାଇବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ‘୫-ଟି’ ସଚିବ ଭି.କେ.ପାଣ୍ଡିଆନ ପ୍ରଥମ ଦିନରେ ଅର୍ଥାତ ଗୁରୁବାର ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସାମଗ୍ରିକ ବିକାଶ କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ତାଙ୍କର ମାରାଥନ କାର୍ଯ୍ୟକ୍ରମ ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ସାଧାରଣରେ ଆଶା ଓ ବିଶ୍ୱାସ ସୃଷ୍ଟି ହୋଇଛି। ଯେଉଁଥିପାଇଁ

ଦୁଇ ଦିନ ଗସ୍ତର ୨ୟ ଦିନର ସକାଳେ ପ୍ରଥମେ ଦ୍ବାରଶୁଣୀ ଘାଟିରେ ପହଞ୍ଚି ସେଠାରେ ସ୍ଥିତି ଅନୁଧ୍ୟାନ କରିବା ପରେ ପହଞ୍ଚିଥିଲେ ବାରିପଦା ଜଗନ୍ନାଥ ମନ୍ଦିରରେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ ସେବାୟତ। ପରେ ୫ଟି ସଚିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଷ୍ଟାଡିୟମ, ସ୍ପୋର୍ଟ୍ସ ହଷ୍ଟେଲ, ଏମକେସି ୫-ଟି ହାଇସ୍କୁଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସ୍ପପିଟାଲ, ମଧୁବନ ବନ୍ୟା ନିୟନ୍ତ୍ରଣ ପ୍ରକଳ୍ପ, ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଘର ପରିଦର୍ଶନ ସାଙ୍ଗକୁ ଗୁହାଳଡିହୀଠାରେ ଓରମାସର ସବାଇରୁ ପ୍ରସ୍ତୁତ ସାମଗ୍ରୀ ଉତ୍ପାଦକ ଗୋଷ୍ଠୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।t to 1ବଡସାହି ନିର୍ବାଚନ ମଣ୍ଡଳୀର ମାଣତ୍ରୀ ସ୍ଥିତ ୬୫୦ବର୍ଷର ପ୍ରାଚୀନ ତଥା ପ୍ରସିଦ୍ଧ ଶୈବପୀଠ ପରିଦର୍ଶନ ସହିତ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବାଲଡିହା ଓ ମୋରଡା ନିର୍ବାଚନ ମଣ୍ଡଳୀର ଜମ୍ଭୀରା ଡେମ ଆଦି ବିଭିନ୍ନ ସ୍ଥାନ ପରିଦର୍ଶନ କରି କାର୍ଯ୍ୟକ୍ରମ ସମୀକ୍ଷା କରିବେ। ମୟୂରଭଞ୍ଜ ଜିଲ୍ଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ସେଥିପାଇଁ ୫-ଟି ସଚିବଙ୍କ ଗସ୍ତପରେ ଅନେକ ଆଶା ଓ ସମ୍ଭାବନାକୁ ମୟୂରଭଞ୍ଜ ଜିଲ୍ଲାର ଜନସାଧାରଣ ଅପେକ୍ଷା କରିଛନ୍ତି। ଅତୀତରେ ଶ୍ରୀ ପାଣ୍ଡିଆନ ମୟୂରଭଞ୍ଜ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଥିଲେ। ଜଣେ ଲୋକପ୍ରିୟ ଓ ସଫଳ ପ୍ରଶାସକ ଭାବରେ ସେ ପରିଚିତି ପାଇଥିଲେ। ତେଣୁ ମୟୂରଭଞ୍ଜକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ପଦକ୍ଷେପ ଆରମ୍ଭ କରିଛନ୍ତି ତାହା ଅଚିରେ ସାକାର ହେବ ବୋଲି ଜିଲ୍ଲାବାସୀ ଆଶାପ୍ରକାଶ କରିଛନ୍ତି।
ଗୁରୁବାର ଶ୍ରୀ ପାଣ୍ଡିଆନ ପ୍ରଥମେ ଉଦଳା ନିର୍ବାଚନମଣ୍ଡଳୀର ଦେବକୁଣ୍ଡଠାରେ ପର୍ଯ୍ୟଟନର ଭିତ୍ତିଭୂମି ଓ ସମ୍ଭାବନାର ସମୀକ୍ଷା କରିଥିଲେ। ଜିଲ୍ଲା ପ୍ରଶାସନ ସହିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଧିକାରୀଗଣଙ୍କ ସହିତ ପରିବେଶ ଭାରସାମ୍ୟ ରକ୍ଷା କରି ପୀଠର ବିକାଶ ସହିତ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ନିର୍ମାଣ ନେଇ ସମସ୍ତ ସମ୍ଭାବନା ଉପରେ ଆଲୋଚନା କରିଥିଲେ। ପରେ କରଞ୍ଜିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଠାକୁରମୁଣ୍ଡା ନିକଟରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳରେ ଚାଲିଥିବା କାର୍ଯ୍ୟ ବୁଲି ଦେଖିବା ସହ ଆରମ୍ଭ ହୋଇଥିବା ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ।।
ଅନୁରୂପ ଭାବରେ ଯଶିପୁର ନିର୍ବାଚନମଣ୍ଡଳୀର ପ୍ରସିଦ୍ଧ ଶକ୍ତିପୀଠ ମା’ କୀଚକେଶ୍ୱରୀଙ୍କ ମନ୍ଦିର ଓ ପୁରାତନ ସଂଗ୍ରହାଳୟ ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ସେଠାରେ ଥିବା ବିଭିନ୍ନ ସମସ୍ୟା ଓ ସମ୍ଭାବନା ସମ୍ପର୍କରେ ସେବାୟତମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ସେ ଖିଚିଂ ନିକଟସ୍ଥ କୀଚକେଶ୍ୱରୀ ହାଇସ୍କୁଲ ପରିଦର୍ଶନ କରି ୫-ଟି ଯୋଜନାରେ ବିକଶିତ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ସହିତ କିଛି ସମୟ ଅତିବାହିତ କରିଥିଲେ। ସେମାନଙ୍କ ସହ ଭାବବିନିମୟ କରିଛନ୍ତି। ଯଶିପୁରଠାରେ ଥିବା ଖଇରୀ ଓ ଭଣ୍ଡନ ନଦୀର ମିଳନସ୍ଥଳୀରେ ନିର୍ମାଣାଧୀନ ଖଇରୀ ଭଣ୍ଡନ ବ୍ୟାରେଜର ନିର୍ମାଣ କାର୍ଯ୍ୟ ସମୀକ୍ଷା କରି ଅପରାହ୍ନରେ ରାଇରଙ୍ଗପୁର ଗସ୍ତ କରି ଦାଣ୍ଡବୋଷଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥଳୀ ପରିଦର୍ଶନ କରିଥିଲେ। ଅଲଚିକି ଲିପିର ସ୍ରଷ୍ଟା ତଥା ଆଦିବାସୀ ଭାଷା ଓ ସାହିତ୍ୟକୁ ତାଙ୍କର ଅବଦାନ ଅତୁଳନୀୟ। ସେଥିପାଇଁ ତାଙ୍କର ଜନ୍ମ ପୀଠକୁ ଏକ ସ୍ମାରକୀସ୍ଥଳୀରେ ପରିଣତ କରିବାକୁ ବିଭିନ୍ନ ମହଲରେ ଦାବି ହୋଇ ଆସୁଛି। ଏହି ପରିପ୍ରେକ୍ଷୀରେ ୫-ଟି ସଚିବଙ୍କ ଗସ୍ତ ଯଥେଷ୍ଟ ଗୁରୁତ୍ୱ ଆଣିଛି। ପରେ ସେ ରାଇରଙ୍ଗପୁର ହାଟ ରାସ୍ତାରେ ଥିବା ଏକ ପ୍ରାଚୀନ ଜଳାଶୟ ବଡବନ୍ଧ ପରିଦର୍ଶନ କରି ସୌନ୍ଦର୍ଯ୍ୟକରଣ ପାଇଁ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିିଥିଲେ। ରାଇରଙ୍ଗପୁର ଜଳସେଚନ ବଙ୍ଗଳାରେ ବିଶ୍ରାମ ସମୟରେ ବିଭିନ୍ନ ସଂଗଠନ ଓ ଜନସାଧାରଣଙ୍କ ସମସ୍ୟା ସମ୍ୱନ୍ଧରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *