ରାଜ୍ୟ

ଖେରସ ପୋଖରୀରେ ସୁଇମିଂଫୁଲ, ବୋଟିଂ ବ୍ୟବସ୍ଥା କେବେ? କଲେଜଛକ ଶ୍ମାଶାନ ପାର୍କ ଶେଷ ହେବା ନେଇ ଅନିଶ୍ଚିତତା

ଜଗତସିଂହପୁର -16/10 (ପି. ଏନ) ଜଗତସିଂହପୁର ସହରକୁ ନୂଆ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି l ଅନେକ ଗୁଡିଏ ଆକର୍ଷଣୀୟ ପ୍ରକଳ୍ପ ନିର୍ମାଣ କରାଯାଇ ସହରକୁ ସଜେଇବା ପାଇଁ ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିର୍ଭର ପ୍ରତିଶୃତି ଦେଇଥିଲେ l ବିଶେଷକରି ଖେରସରେ ନିକଟରେଥିବା କନିଅର ପୁଷ୍ପରିଣୀରେ ସୁଇମିଂ ଫୁଲ ସହ ବୋଟିଂ ବ୍ୟବସ୍ଥା ମଧ୍ୟ କରାଯିବା ସହ ପୁଷ୍ପରିଣୀ ଚାରି ପାର୍ଶ୍ଵ ବନ୍ଦକୁ ସୌନ୍ଦର୍ଯ୍ୟକରଣ କରାଯିବ ସହ ପର୍ଯ୍ୟଟକଙ୍କ ସମେତ ସହରବାସୀଙ୍କ ଆମୋଦ ପ୍ରମୋଦ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ l କିନ୍ତୁ ଏପର୍ଯ୍ୟନ୍ତ ପୌରପ୍ରଶାସନ ପକ୍ଷରୁ ସହରର ନୂଆ ରୂପ ପାଇବ କି ନାହିଁ ତାକୁ ନେଇ ସନ୍ଦେହରେ ସହରବାସୀ l ଜଗତସିଂହପୁର ସହରବାସୀଙ୍କ ସ୍ୱପ୍ନ ଏବେ ଅନିଶ୍ଚିତତା ଭିତରେ ରହିଛି l ଏପଟେ ଦିନକୁ ଦିନ ସହରର ଜନସଂଖ୍ୟା ବଢ଼ିବାରେ ଲାଗିଛି l କିନ୍ତୁ ପିଲାମାନଙ୍କ ମନମୁତାବକ ଆଖିଦୃଷ୍ଟିଆ ପାର୍କଟିଏ ଏପର୍ଯ୍ୟନ୍ତ ସହରରେ ନାହିଁ l କଲେଜ ଛକ ୧୦ ନମ୍ବର ପୋଲ ନିକଟରେ ୨୦୨୨ ରେ ଯୋଜନା ହୋଇଥିଲା ୨ଏକର ୩୦ ଡ଼ିସିମିଲି ଜାଗା ରେ ନୂଆ ଢାଞ୍ଚାରେ ହେବାକୁ ଥିବା ଏହି ପାର୍କ ନିର୍ମାଣରେ ୬୬ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା l ଏହି କଲେଜ ଛକ ଶ

Leave a Reply

Your email address will not be published. Required fields are marked *