ସାମ୍ବାଦିକ ଗ୍ରାମୀଣ କଲ୍ୟାଣ ଯୋଜନା ଉଦ୍ଘାଟିତ
ଭୁବନେଶ୍ୱର: ସମ୍ମିଳିତ କମ୍ମଜୀବୀ ସାମ୍ବାଦିକ ସଂଘର ସପ୍ତମ୍ ପ୍ରତିଷ୍ଠା ଦିବସ ବୁଦ୍ଧ ମନ୍ଦିର ସଭା କକ୍ଷରେ ମହାସମାରୋହରେ ପାଳିତ ପ୍ରହାଇ ଯାଇଅଛି । ବର୍ଷୀୟାନ ସାମ୍ବାଦିକ ଶ୍ରୀଯୁକ୍ତ ଦୁଲାଲ ମିଶ୍ର ଏବଂ ଅନ୍ୟାନ୍ୟ ଅତିଥିମାନେ ଦ୍ୱିପ ପ୍ରଜ୍ଜ୍ୱଳନ କରି ଆଲୋଚନାଚକ୍ର ଏବଂ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇ ସାମ୍ବାଦିକମାନଙ୍କ ଉଦ୍ଦେଶ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବା ସହିତ ସାମ୍ବାଦିକମାନଙ୍କୁ ସଦାସର୍ବଦା ଜାଗ୍ରତ ରହି ସ୍ୱଛତା ଅବଲମ୍ବନ କରି ସତ୍ୟ ଖବର ପରିବେଷଣ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଡା. ରବୀନ୍ଦ୍ର ନାଥ ବେହେରା ପ୍ରାକ୍ତନ ବୈଦେଷିକ ନିର୍ଦ୍ଦେଶକ ବହୁ ମୂଲ୍ୟବାନ ତଥ୍ୟ ପ୍ରଦାନ କରି ସାମ୍ବାଦିକ ମାନଙ୍କୁ ମିଡିଆ ପ୍ରତି ସତର୍କତା ପୂର୍ବକ ଖବର ଦେବା ଆବଶ୍ୟକ ବୋଲି କହିଥିଲେ । ସରକାରଙ୍କ ବିଭିନ୍ନ ଲୋକ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ସାମ୍ବାଦିକ ମାନଙ୍କ କିପରି ଉନ୍ନତି ହୋଇ ପାରିବ ସେ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ ସଭା ସାଂସଦ ଶ୍ରୀ ମୁନ୍ନା ଖାଁ ଉପସ୍ଥିତ ରହି ସଂଘର ଉତ୍ତୋରତ୍ତର କାମନା କରିଥିଲେ । ଆଜିର ମୁଖ୍ୟ ଆକର୍ଷଣ ଗ୍ରାମୀଣ ସାମ୍ବାଦିକ କଲ୍ୟାଣ ଯୋଜନାକୁ ଆନୁଷ୍ଠାନିକ ଭାବେ ସମସ୍ତ ଅତିଥିମାନେ ଉନ୍ମୋଚନ କରିଥିଲେ । ହାଇଟେକ ମେଡିକାଲ କଲେଜ ଏବଂ ହସ୍ପିଟାଲର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ, ସାମ୍ବାଦିକ ମାନଙ୍କୁ ସ୍ୱାସ୍ଥ୍ୟ ସେବା ନିମନ୍ତେ ଆବଶ୍ୟକୀୟ ଜରୁରୀକାଳୀନ ସେବା ଯୋଗାଇଦେବେ ବୋଲି କହିଥିଲେ ।
ପ୍ରାରମ୍ଭରେ ୧୧ ଟି ଜିଲ୍ଲାର ୧୧ ଜଣ ପ୍ରତିନିଧିଙ୍କୁ ପ୍ରତିକାତ୍ମକ ଘୋଷଣା କରାଯାଇଛି । ଗ୍ରାମୀଣ ସାମ୍ବାଦିକ କଲ୍ୟାଣ ଯୋଜନାର ଅଧ୍ୟକ୍ଷ ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ୱାଳ ସ୍ୱାସ୍ଥ୍ୟ ସେବା ସହ ସାମ୍ବାଦିକ ମାନଙ୍କୁ ଆବଶ୍ୟକ ଜରୁରୀକାଳୀନ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ପ୍ରତିି ବ୍ଲକସ୍ତରରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବା ଘୋଷଣା କରିଥିଲେ । ଶେଷରେ ଶ୍ରୀ ସନ୍ଦୀପ ସାହୁ ବିବିସି ପ୍ରତିନିଧି, ନ୍ୟୁଜ ୭ ନିରଜ ପଟ୍ଟନାୟକ, ସୁଶାସନର ବିଜୟ କୁମାର ପଣ୍ଡା , ଡିଡି ୧ ର ଅଶୋକ କୁମାର ବରାଳ, ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ, ନନ୍ଦିଘୋଷ ଟିଭି, ସମୟର ବାର୍ତ୍ତା ସମ୍ପାଦକ ପପୁ ମହାନ୍ତିଙ୍କ ସମେତ ୩୦ ଜଣ ସାମ୍ବାଦିକ ମାନଙ୍କୁ ମାନପତ୍ର, ଫଳକ, ଏବଂ ଉତରୀୟ ଦେଇ ଓୟୁଡବ୍ଲ୍ୟୁଜେ ପକ୍ଷରୁ ସମ୍ମାନିତ କରା ଯାଇଥିଲା । ଏହା ସହ ସମାଜସେବୀ ଭାବେ ଶ୍ରୀମତୀ ସସ୍ମିତା ମହାନ୍ତିି, କରୋନା ଯୋଦ୍ଧା ଭାବେ ଡା. ଶେଖ୍ ଏମ୍. ତୁଲ୍ଲା, ଶ୍ରେଷ୍ଠ ଧାରାବାହିକ ପ୍ରଯୋଜକ ଭାବେ ବିଜୟ ବାରିକ, ମାନବାଧିକାର କର୍ମ୍ମୀ, ସମାଜ ବିଜ୍ଞାନୀ ଶ୍ରେଷ୍ଠ ସାମାଜିକ ସମ୍ମାନ ଭାବେ ରବୀନ୍ଦ୍ର କୁମାର ମିଶ୍ର, ଶ୍ରେଷ୍ଠ କର୍ପୋରେଟର ଭାବେ ରାଜ କିଶୋର ଦାସ, ବୀଣାପାଣି ଜୟସିଂହ, ପ୍ରମୋଦ ପୃଷ୍ଟି, ପ୍ରଭୁତି ୭ ଜଣ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଅଛି ।
ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ରଙ୍କ ୮୦ ବର୍ଷ ପୂତି ଉପଲକ୍ଷେ ଆଜୀବନ ସାମ୍ବାଦିକତା ସମ୍ମାନରେ ସମ୍ମାନିତ କରା ଯାଇଅଛି । ଡ. ପବିତ୍ର ମୋହନ ସାମନ୍ତରାୟ ପର୍ଯ୍ୟବେକ୍ଷକ ଓ ଦି କଳିଙ୍ଗ କ୍ରୋନିକିଲର ମୁଖ୍ୟ ସମ୍ପାଦକ ଏହି କାର୍ଯ୍ୟକ୍ରମର ସଭାପତିତ୍ୱ କରି ସାମ୍ବାଦିକମାନଙ୍କୁ ଏକଜୁଟତା ପୂର୍ବକ ଲଢେ଼ଇରେ ଆଗକୁ ଆସିବାକୁ ପରାମର୍ଶ ଦେଇଥିଲେ । ଉପାଧ୍ୟକ୍ଷ ରଜନୀ କାନ୍ତ ସାମରାୟ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଏହାର ସ୍ଥାୟୀ ସମାଧାନ ନିମନ୍ତେ ଚେଷ୍ଟା କରିବା ପାଇଁ ସମସ୍ତ ସାମ୍ବାଦିକଙ୍କୁ ଆହ୍ୱାନ କରିଥିଲେ ଏବଂ ଗତ ୨୨ ତାରିଖରେ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଫଳାଫଳକୁ ଘୋଷଣା କରାଯିବା ପରେ ଆଗାମୀ ୩ ବର୍ଷ ପାଇଁ ନିର୍ବାଚିତ ହୋଇଥିବା କର୍ମକର୍ତ୍ତାମାନଙ୍କ ନାମ ଘୋଷଣା ପରେ ଏକ ବିରାଟ କରତାଳି ଦ୍ୱାରା ଉପସ୍ଥିତ ସମ୍ସ୍ତ ସାମ୍ବାଦିକ ମାନେ ସହମତି ପ୍ରଦାନ କରିଥିଲେ । ନିର୍ବାଚିତ ସାଧାରଣ ସମ୍ପାଦକ ହୃଷୀକେଶ ମହାନ୍ତି, ଆଗାମୀ ୩ ବର୍ଷ ପାଇଁ କାର୍ଯ୍ୟସୂଚୀ ପ୍ରଦାନ କରିଥିବା ବେଳେ ନିର୍ବାଚିତ ସଭାପତି ସଞ୍ଜୟ ଦାସ ଅତିଥି ପରିଚୟ ପ୍ରଦାନ ସହ ପ୍ରତି ମାସରେ ପ୍ରତ୍ୟେକ ଜିଲ୍ଲାରେ ବୈଠକ ଆହ୍ୱା କରିବା ପାଇଁ ଆହ୍ୱାନ ଦେଇଥିଲେ । ସୂଚନା ଥାଉ କି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ କିଛି ବିରୋଧି ଗୋଷ୍ଠୀ ବାଧା ଉତ୍ପନ୍ନ କରିଥିବାରୁ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମର ସ୍ଥାନ ପରିବର୍ତ୍ତନ କରାଯାଇ ସମସ୍ତ ସାମ୍ବାଦିକ ମାନଙ୍କସହଯୋଗରେ କାର୍ଯ୍ୟକ୍ରମକୁ ସଫଳ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କୋଷାଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ ଦାସ, ଉପସଭାପତି ଡାକ୍ତର ହରି ପ୍ରସାଦ ପଟ୍ଟନାୟକ, କାର୍ଯ୍ୟକାରୀ ସଦସ୍ୟ ଶରତ ବାରିକ, ପ୍ରସନ୍ନ ପୃଷ୍ଟି, ଅରୁଣ ମହାନ୍ତି, ହିମାଂଶୁ ହୋତା, ଅମିତା ମିଶ୍ର ରବୀନ୍ଦ୍ର କୁମାର ମିଶ୍ର, ଜିତେନ୍ଦ୍ର କୁମାର ପଣ୍ଡା, ହିମାଳୟ ଶତପଥୀ ପରିଚାଳନା କରିଥିଲେ । ଆଇନଜୀବୀ ଅଞ୍ଜନ କୁମାର ହୋତା ମଞ୍ଚ ପରିଚାଳନା କରିଥିବାବେଳେ ଶିବାନୀ, ପିଙ୍କି, ହରପ୍ରିୟା, ସୁଚିତ୍ରା, ସରସ୍ୱତୀ କାର୍ଯ୍ୟକ୍ରମର ସହାୟତା କରିଥିଲେ ।