ରାଜ୍ୟ

ଖୁଣ୍ଟା ଡିଗ୍ରୀ କଲେଜ ପକ୍ଷରୁ ରକ୍ତଦାନ ଶିବିର

ଖୁଣ୍ଟା –
ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ମହାବିଦ୍ୟାଳୟ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଇତି ଅବସରରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ତପନ କୁମାର ବାରିକ ଓ ଅଧ୍ୟାପିକା ଗୋପା ସିଂ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ ରଞ୍ଜନ ତ୍ରୀପାଠି ଯୋଗ ଦେଇ ଏହାର ଉଦଘାଟନ କରିଥିଲେ । ଏହି ଅବସରରେ ଅଧ୍ଯକ୍ଷ ଶ୍ରୀ ତ୍ରୀପାଠି ରକ୍ତଦାନ ର ମୂଳ ଲକ୍ଷ୍ୟ ଗୋଟିଏ ଜୀବନ ବଞ୍ଚାଇବା ଏବଂ ରକ୍ତଦାନ କେବଳ ଏକ ଜାତୀୟ ଆବଶ୍ୟକତାକୁ ପୁରଣ କରି ନ ଥାଏ , ଏହା ସମାଜ ଏବଂ ମାନବତା ନିମନ୍ତେ ଏକ ମହାନ ସେବା ଅଟେ । ପ୍ରତି ମୁହୁର୍ତ୍ତରେ କୌଣସି ନା କୌଣସି ବ୍ୟକ୍ତିକୁ ରକ୍ତର ଆବଶ୍ୟକତା ରହିଥାଏ , ତେଣୁ ରକ୍ତଦାତାଙ୍କ ରକ୍ତ ହିଁ ଏହି ବ୍ୟକ୍ତିମାନଙ୍କର ଜୀବନ ବଞ୍ଚାଇବାରେ ସହାୟକ ହୋଇ ପାରିଥାଏ ବୋଲି ଶିବିରରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ସୁଚାଇ ଥିଲେ । ଏବଂ ଶିବିରରେ ଶ୍ରୀ ତ୍ରିପାଠୀ ପ୍ରଥମ ରକ୍ତ ଦେଇ ଏହାର ଶୁଭାରମ୍ଭ କରିଥିଲେ । ଏହି ଶିବିର ରେ ଉଦଳା ବ୍ଲଡ଼ବ୍ୟାଙ୍କର କର୍ମକର୍ତ୍ତାଙ୍କ ଦ୍ଵାର ରକ୍ତ ସଂଗ୍ରହ କାର୍ଯ୍ୟ ସଂମ୍ପାଦନ ହୋଇଥିବା ବେଳେ ମହାବିଦ୍ୟାଳୟର ଅଧ୍ଯାପକ , ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ । ଏଥିର ମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *