ରାଜ୍ୟ

ଏସଭିଏମ କଲେଜ ପରିଚାଳନା କମିଟିର ନୂତନ ସଭାପତି ହେଲେ ଅତିରିକ୍ତ ଜ଼ିଲ୍ଲାପାଳ

ଜଗତସିଂହପୁର- ୨୦/୧୦ (ପି. ଏନ):ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଜ଼ିଲ୍ଲାପାଳ ସମ୍ବିତ କୁମାର ରାଉତ ଏସ. ଭି. ଏମ କଲେଜ ପରିଚାଳନା କମିଟିର ନୂତନ ସଭାପତି ଭାବେ ନିୟକ୍ତି ଦିଆଯାଇଛି l ଜ଼ିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୫୮୭୦ ତା ୧୯ /୧୦/୨୪ ଅନୁସାରେ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଚାଳନା କମିଟିର ନୂତନ ସଭାପତି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତଙ୍କୁ ନିଯୁକ୍ତ ଦିଆଯାଇଛି l ତେବେ ମହାବିଦ୍ୟାଳୟର ଅଧ୍ୟକ୍ଷା ବନ୍ଦିତା ଦାସ, ପ୍ରଶାସନିକ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ପରୀକ୍ଷା ନିୟନ୍ତ୍ରକ ମନୋଜା ମଞ୍ଜରୀ ସ୍ୱାଇଁ, ସହ ନିୟନ୍ତ୍ରଣ ଅସିତ ରଞ୍ଜନ ମହାପାତ୍ର, ବରିଷ୍ଠ ଅଧ୍ୟାପିକା ପରିଚିତା ମହାନ୍ତି ପରିଚାଳନା କମିଟିର ନୂତନ ଭାବେ ସଭାପତି ହୋଇଥିବା ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ରାଉତଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଷ୍ଟାପ ଓ ଛାତ୍ର ଛାତ୍ରୀଙ୍କ ତରଫରୁ ପୁଷ୍ପଗୁଛ ଉତ୍ତରୀୟ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ

Leave a Reply

Your email address will not be published. Required fields are marked *