ଓଡ଼ିଶାରୁ ଛତିଶଗଡ଼ ଚାଲିଚାଲି ଯାଉଥିବା ବ୍ୟକ୍ତିଙ୍କ ଠାରୁ ୨୨ ଲକ୍ଷ ଜବତ
ମାଲକାନଗିରି: ଓଡିଶାରୁ ଛତିଶଗଡ଼ ପାଦରେ ଚାଲି ଚାଲି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ନଗଦ ୨୨ ଲକ୍ଷ ୫୩ ହଜାର ଟଙ୍କା ଜବତ କଲା ଛତିଶଗଡ଼ ପୁଲିସ। ଏଥିସହ ଦୁଇ ଜଣ ବ୍ୟିକ୍ତିଙ୍କୁ ଗିରଫ କରି ପଚରାଉଚରା କରୁଛି। ଓଡିଶାରୁ ଦୁଇ ଜଣ ବ୍ୟକ୍ତି ଚାଲି ଚାଲି ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ଅନ୍ତର୍ଗତ ସିଙ୍ଗୋଡା ଥାନା ଅଂଚଳରେ ପ୍ରବେଶ କରୁଥିଲେ।ତେବେ ଏମାନେ ଏତେ ଟଙ୍କା କାହା ନିକଟକୁ ନେଉଥିଲେ ତାକୁ ନେଇ ପୁଲିସ ଯାଞ୍ଚ କରୁଛି।ଏହା ପୂର୍ବରୁ ମଧ୍ୟ ପୁଲିସ ଏକ କାରରୁ ୨ କୋଟି ୨୭ ଲକ୍ଷ ଟଂକା ଜବତ କରିସାରିଛି।ତେବେ ଏହା ହବାଲା ଟଙ୍କା ନା ନକ୍ସଲଙ୍କ ଟଙ୍କା ତାହା ଜଣାପଡିନାହିଁ।ଯାଞ୍ଚ ପରେ ସବୁ ସତ୍ୟ ଜଣାପଡିବ ବୋଲି ପୁଲିସ କହିଛି।
ପୁଲିସ