ରାଜ୍ୟ

ସରକାରଙ୍କ ନିର୍ଦ୍ଦେଶକୁ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଅବମାନନା।

ହିନ୍ଦି ରେ ସ୍ନାକୋତ୍ତର ପାସ୍ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ଟି ଜି ସ୍କେଲ୍ ପାଇବାରୁ ବଞ୍ଚିତ।
ବରୀ/ଯାଜପୁର – ଓଡିଶା ସରକାରଙ୍କ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶ ନାମା ବଳରେ ରାଜ୍ୟରେ ଥିବା ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ତଥା ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ହିନ୍ଦି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯଦି ଗତ 16.11.20 ମସିହା ପୂର୍ବରୁ ହିନ୍ଦି ରେ ସ୍ନାତକୋତ୍ତର ଡିଗ୍ରୀ (ଏମ . ଏ ) ପାସ୍ କରି ଥିବେ, ତାହେଲେ ସେମାନ ଟି ଜି ସ୍କେଲ ରେ ଦରମା ପାଇବାକୁ ହକଦାର ବୋଲି ବିବେଚନା କରି ସେହି ଅନୁସାରେ ଦରମା ଦିଆଯିବା କଥା। ସେହି ଅନୁସାରେ ରାଜ୍ୟର ପ୍ରାୟ ଅନ୍ୟ ସମସ୍ତ ଜିଲ୍ଲା ମାନଙ୍କରେ ଜିଲ୍ଲା ଶିକ୍ଷାଧିକାରୀ ସେମାନଙ୍କ ଅଧୀନରେ ଥିବା ବିଦ୍ୟାଳୟ ମାନଙ୍କରେ ଥିବା ହିନ୍ଦି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଟି ଜି ହାର ରେ ଦରମା ପ୍ରଦାନ କରି ସାରିଲେଣି। ମାତ୍ର ଯାଜପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ଜିଲ୍ଲାରେ ସରକାରୀ ସ୍କୁଲ ମାନଙ୍କରେ ଥିବା ହିନ୍ଦି ଶିକ୍ଷକ, ଯେଉଁ ମାନେ ହିନ୍ଦୀରେ ଏମ୍ ଏ ପାସ୍ କରିଛନ୍ତି, ସେମାନଙ୍କୁ ଟି ଜି ହାର ରେ ଦରମା ଦେଉଥିଲା ବେଳେ। ଅନୁଦାନ ପ୍ରାପ୍ତ ବ୍ଲକ୍ ଗ୍ରାଣ୍ଟ ସ୍କୁଲ ମାନଙ୍କରେ ଥିବା ହିନ୍ଦି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସେଥିରୁ ବଞ୍ଚିତ କରି ରଖିଛନ୍ତି। ସେହି ଯୋଗ୍ୟତା ଅର୍ଜନ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ବାରମ୍ବାର ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେ ସେମାନଙ୍କର କଥାକୁ ଗ୍ରହଣ ନ କରି, ସେମାନଙ୍କୁ ହତାଶ କରୁଛନ୍ତି। ଗୋଟିଏ ରାଜ୍ୟରେ ଅନ୍ୟ ଜିଲ୍ଲା ମାନଙ୍କରେ ହିନ୍ଦି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଟି ଜି ହାର ରେ ଦରମା ପାଉଥିଲା ବେଳେ ଯାଜପୁର ଜିଲ୍ଲାରେ, ଜିଲ୍ଲା ଶିକ୍ଷାଧିକାରୀ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା ତଥା ଭୁଲ୍ ଭାବରେ ଗ୍ରହଣ କରି ଯେଉଁ ଶିକ୍ଷକ ଶିକ୍ଷୟତ୍ରୀ ବି ଏ ରେ ହିନ୍ଦି ରଖି ଏମ୍ ଏ ପାସ୍ କରିଥିବେ ସେହି ମାନେ କେବଳ ଟି ଜି ହାର ରେ ଦରମା ପାଇବାକୁ ଯୋଗ୍ୟ ହେବେ ବୋଲି ବିବେଚନା କରି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ହଇରାଣ କରୁଛନ୍ତି। ମାତ୍ର ସରକାରଙ୍କର ନିର୍ଦ୍ଦେଶ ନାମା ରେ ସେଭଳି କିଛି ଉଲ୍ଲେଖ ନାହିଁ। ତା ଛଡା ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ ଯେଉଁ ଶିକ୍ଷକ ଶିକ୍ଷୟତ୍ରୀ ଟି ଜି ହାର ରେ ଦରମା ପାଉଛନ୍ତି, ସେମାନେ ସମସ୍ତେ କେବଳ ହିନ୍ଦି ଏମ୍ ଏ କରି ଟି ଜି ହାର ରେ ଦରମା ପାଉଛନ୍ତି। କିନ୍ତୁ ଯାଜପୁର ଜିଲ୍ଲା ଶିକ୍ଷାଧକାରୀ ଆଇନ କୁ ଭୁଲ୍ ଭାବରେ ଗ୍ରହଣ କରି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ହଇରାଣ କରୁଛନ୍ତି। ଫଳରେ ବାଧ୍ୟ ହୋଇ ଶିକ୍ଷକ ମାନେ ଆଇନି ର ଆଶ୍ରୟ ନେବେ। ସରକାରଙ୍କର ଖର୍ଚ୍ଚ ଭାର ବଢିବା ସହିତ ନ୍ୟାୟ ପାଳିକା ରେ ମଧ୍ୟ ବୋଝ ବଢିବ। ଏଠାରେ ସ୍ମରଣ କରାଯାଇପାରେ କି ସାଂପ୍ରତିକ ପରିସ୍ଥିତିରେ ଯାଜପୁର ଜିଲ୍ଲା ବର୍ତ୍ତମାନ ରାଜ୍ୟର ପ୍ରମୁଖ କ୍ଷମତା କେନ୍ଦ୍ର ପାଲଟିଥିଲା ବେଳେ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏଭଳି ମନ ମୁଖୀ କାର୍ଯ୍ଯ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବ୍ୟଥିତ କରିଛି। ଯଦି ଏ କଥାକୁ ଉଚ୍ଚ ପଦାଧିକାରୀ ମାନେ ତୁରନ୍ତ ସମାଧାନ ନ କରନ୍ତି ତାହେଲେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *