ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାକୁ ମୁହାଁଇପାରେ ବାତ୍ୟା ‘ଦାନା’…
ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ଦାନା’ର ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି। ବାତ୍ୟା ‘ଦାନା’କୁ ନେଇ ଆଉ ଏକ ଅପଡେଟ ସାମ୍ନାକୁ ଆସିଛି।
ବାତ୍ୟା ପ୍ରଭାବରେ ଉପକୂଳର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇସାରିଛି। ୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ପାରାଦୀପରେ ସର୍ବାଧିକ ବର୍ଷା ୬୨.୯ ମିମି ହୋଇ ରେକର୍ଡ କରିଛି। ଚାନ୍ଦବାଲିରେ ୪୬ ମିମି ଓ କୁଜଙ୍ଗରେ ୨୭ ମିମି ବର୍ଷା ହୋଇଛି। ହେଇଛି। ସେହିପରି ପୁରୀରେ ୪.୮ ମିମି ବର୍ଷା ରେକର୍ଡ କରାଯାଇଛି।