ମୁଖ୍ୟ ଖବର

ବେଙ୍ଗାଲୁର୍‌ ଜାମ୍‌: ରାସ୍ତାରେ ଗାଡ଼ି ଥୋଇ ଚାଲି ଚାଲି ଘରକୁ ଗଲେ ଯାତ୍ରୀ

ବେଙ୍ଗାଲୁରୁ: ବୁଧବାର ବେଙ୍ଗାଲୁରୁରେ ଟ୍ରାଫିକ୍‌ ଜାମ୍‌ ଘଟିବାରୁ ଲୋକମାନେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହିବା ପରିସ୍ଥିତି ଉପୁଜିଥିଲା। ପ୍ରବଳ ବର୍ଷା ହେତୁ ଇଲେକ୍ଟ୍ରୋନିକ୍ ସିଟି ଫ୍ଲାଏ ଓଭରରେ ଏକ ବଡ଼ ଜାମ ସୃଷ୍ଟି ହୋଇଥିଲା। ପରିସ୍ଥିତି ଏତେ ଭୟାନକ ହୋଇଥିଲା ଯେ ଲୋକ ରାସ୍ତା ଉପରେ ଗାଡ଼ି ଥୋଇ ଚାଲି ଚାଲି ଘରକୁ ଯିବାକୁ ବାଧ୍ୟ ହୋଇଥିଲେ। 

ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ ଏହି ଘଟଣା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି, ଯେଉଁଥିରେ ଲୋକମାନେ ଗାଡିରୁ ଓହ୍ଲାଇ ଘରକୁ ଫେରୁଛନ୍ତି।

ରୁପେନା ଆଗ୍ରାହାରରେ ବନ୍ୟା ପରିସ୍ଥିତି ଯୋଗୁଁ ଏହି ଟ୍ରାଫିକ୍‌ ଜାମ ଘଟିଥିବା ସୂଚନା ରହିଛି। ତାମିଲ୍‌ନାଡୁରୁ ବେଙ୍ଗାଲୁରୁ ସିଟି ସେଣ୍ଟର୍‌କୁ ସଂଯୋଗ କରୁଥିବା ରାସ୍ତାରେ ଲୋକ ଫସି ରହିଥିଲେ। 

ରାସ୍ତାରେ ବର୍ଷା ଜଳ ଜମା ହୋଇଥିବାରୁ ବେଙ୍ଗାଲୁରୁ ଟ୍ରାଫିକ ପୁଲିସ ଅଧିକ ଯାତାୟାତକୁ ରୋକିବା ପାଇଁ ଫ୍ଲାଏ ଓଭରର ଗୋଟିଏ ପାର୍ଶ୍ୱକୁ ବନ୍ଦ କରିଦେଇଛି। ଆଜି ସକାଳେ ଅଧିକାଂଶ ଅଞ୍ଚଳରେ ଜଳ କମିଯାଇଥିଲେ ହେଁ ଜଳବନ୍ଦୀ ରାସ୍ତା ପରିସ୍ଥିତିକୁ ଆହୁରି ଜଟିଳ କରିଛି।

ଏଭଳି ପରିସ୍ଥିତି ଉପୁଜିବା ପରେ ସେସିଆଲ୍‌ ମିଡିଆରେ ଏହାକୁ ନେଇ ଝଡ଼ ଉପୁଜିଛି। ବ୍ୟବହାରକାରୀମାନେ ପ୍ରଶ୍ନ କରିଛନ୍ତି ଯେ ବନ୍ୟ ପରିସ୍ଥିତିରେ କମ୍ପାନିଗୁଡ଼ିକ କାହିଁକି ସେମାନଙ୍କ କର୍ମଚାରୀଙ୍କୁ ଘରୁ କାମ କରିବାକୁ ବା ୱାର୍କ ଫ୍ରମ୍‌ ହୋମ୍‌ର ଅନୁମତି ଦେଇନାହାନ୍ତି? କାରଣ ପୂର୍ବରୁ କର୍ଣ୍ଣାଟକ ସରକାର ୱାର୍କ ଫ୍ରମ୍‌ ହୋମ୍‌ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *