ରାଜ୍ୟ

ବାତ୍ୟା ‘ଦାନା ପ୍ରସ୍ତୁତି ରେ ଜିଲ୍ଲା ପ୍ରଶାସନ.

ଜଗତସିଂହପୁର ୨୪/୧୦(ପି. ଏନ)ସମ୍ଭାବ୍ୟ ବାତ୍ୟା ଘନୀଭୂତ ହୋଇସାରିଛି ଏବଂ ଆଜି ମଧ୍ୟରାତ୍ର ସୁଦ୍ଧା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାହା ଫଳରେ ୨୪ ସକାଳ ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ପବନ ବୋହିବାର ସମ୍ଭାବନା ରହିଛି।ଏହି ପରୀପ୍ରେକ୍ଷୀରେ ଆଜି ପୂର୍ବାହ୍ନ ରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମ ରେ ସମସ୍ତ ପ୍ରଭାବିତ ଜିଲ୍ଲା ସହ ଯୋଡି ହୋଇ ବାତ୍ୟା ପ୍ରସ୍ତୁତି ବିଷୟ ପୁନଃ ସମୀକ୍ଷା କରି ଯଥାଶୀଘ୍ର ପ୍ରଭାବିତ ଅଞ୍ଚଳ ରେ ଥିବା ଲୋକ ମାନଙ୍କୁ ଆଶ୍ରୟ ସ୍ଥଳ କୁ ସ୍ଥାନାନ୍ତରିତ କରିବା ପାଇଁ ପରାମର୍ଶ ଦେଇଥିଲେ।ଏହି ସମୀକ୍ଷା ବୈଠକରେ ଯୋଡି ହୋଇ ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ ଜିଲ୍ଲା ର ପ୍ରସ୍ତୁତି ସଂପର୍କ ରେ ସୂଚନା ଦେଇଥିଲେ । ଦାନା ର ପ୍ରଭାବ ରେ ଆଜି ସକାଳ ୮ ରୁ ସନ୍ଧ୍ୟା ୫ ମଧ୍ୟରେ ୧୪୪.୫ ମି ମି ବର୍ଷା ହୋଇଥିବାବେଳେ ଜିଲ୍ଲା ରେ ହାରାହାରି ୧୬.୦୫ ମି ମି ବର୍ଷା ହେଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସହ ଘଡଘଡି ଓ ବିଜୁଳି ଏଵଂ ୮୦ ରୁ ୧୦୦ କି ମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି।ସନ୍ଧ୍ୟା ୫ ଟା ସୁଦ୍ଧା ଜିଲ୍ଲା ର ପାରାଦ୍ଵୀପ ମ୍ୟୁନିସପାଲିଟି, କୁଜଙ୍ଗ, ଏରସମା, ବାଲିକୁଦା ଅଞ୍ଚଳ ରୁ ୩୧୦୨୯ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇସାରିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ସେଥି ମଧ୍ୟରୁ ୩୪୫ ଜଣ ଗର୍ଭବତୀ ମହିଳା ରହିଛନ୍ତି। ଗର୍ଭବତୀ , ପ୍ରସୂତୀ ତଥା ନବଜାତ ଶିଶୁ ମାନଙ୍କ ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ, ପାରାଦ୍ଵୀପ, ତଥା ସି ଏଚ୍ ସି, ପି ଏଚ୍ ସି ରେ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ବୋଲି ଜିଲ୍ଲାପାଳ କହିଥିଲେ। ଆଶ୍ରୟ ସ୍ଥଳ ରେ ଗାଈ ଗୋରୁ ରହିଛନ୍ତି ଓ ସେମାନଙ୍କ ପାଇଁ ଗୋଖାଦ୍ୟ, ଶୁଖିଲା ଫୋଡର, ମୋବାଇଲ ଭେଟେନାରୀ ୟୁନିଟ୍,୨୪ ଟି ରାପିଡ ରେସପନସ ଟିମ ରହିଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।ଆଶ୍ରୟ ସ୍ଥଳ ନିମନ୍ତେ ପାଣି ବୋତଲ, ମୋବାଇଲ ଟ୍ରିଟମେଣ୍ଟ ୟୁନିଟ,୨୯ ଟି ପାଣି ଟ୍ୟାଙ୍କ, ପ୍ରତ୍ୟେକ ବ୍ଲକ୍ ନିକଟ ରେ ଗୋଟିଏ ଜେ ସି ବି, ଆବଶ୍ୟକ ପରିମାଣରେ ଔଷଧ , ଓ ଆର ଏସ ସମସ୍ତ ପି ଏଚ ସି, ସି ଏଚ୍ ସି ପାଖରେ ମହଜୁଦ ଅଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଜିଲ୍ଲା ମତ୍ସ୍ୟ ଅଧିକାରୀ ଙ୍କ ଦ୍ବାରା ପାରାଦ୍ଵୀପ ପୋର୍ଟ ରେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ସତର୍କ କରାଯାଇଛି ବୋଲି ସେ କହିଥିଲେ। ଜିଲ୍ଲା ରେ ପାରାଦ୍ଵୀପ, ଏରସମା, କୁଜଙ୍ଗ ବାଲିକୁଦା ଆଦି ପ୍ରଭାବିତ ଅଞ୍ଚଳ ରେ ପବନ ବୋହିବା ଯୋଗୁଁ ଉପୁଡ଼ି ଯାଇଥିବା ଗଛ କୁ ଓଡ୍ରାଫ ଏନଡ଼ିଆର ଏଫ ଟିମ ଦ୍ବାରା କଟାଯାଇ ରାସ୍ତା ପରିଷ୍କାର କରଯାଇଛି। ସମସ୍ତ ଆଶ୍ର୍ରୟ ସ୍ଥଳ ରେ ସକାଳେ ଚୁଡ଼ା ଗୁଡ଼ ସହ ମଧ୍ୟାହ୍ନ ରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ସେହିପରି ସନ୍ଧ୍ୟା ରେ ମହମବତୀ, ଦିଆସିଲି, ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ। ପ୍ରକାଶ ଥାଉକି, ଜିଲ୍ଲା ର ସମସ୍ତ ବିଧାୟକ, ମ୍ୟୁନିସପାଲିଟି ଅଧ୍ୟକ୍ଷା ମଧ୍ୟ ବ୍ଲକ ତଥା ମ୍ୟୁନିସପାଲିଟି ରେ ଆଶ୍ରୟସ୍ଥଳ ପରିଦର୍ଶନ କରି ଲୋକମାନଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେବାସହ ସମସ୍ତ ସୁବିଧା ସୁଯୋଗ ବିଷୟ ରେ ପଚାରି ବୁଝିଥିଲେ।

Leave a Reply

Your email address will not be published. Required fields are marked *