ରାଜ୍ୟ

ମିଳିତ ଜାତିସଂଘ ଏଜେନ୍ସି ହମାସ ଆତଙ୍କବାଦୀଙ୍କ ପାଇଁ କାମ କରୁଛି!: ପ୍ରତିବନ୍ଧକ ଲଗାଇଲା ଇସ୍ରାଏଲ

ଜେରୁଜେଲମ୍: ଇସ୍ରାଏଲର ସିନେଟ୍ ଦୁଇଟି ନିୟମ ପ୍ରଣୟନ କରିଛି। ଯେଉଁଥିରେ ମିଳିତ ଜାତିସଂଘର ରିଲିଫ୍ ଆଣ୍ଡ ୱାର୍କସ ଏଜେନ୍ସି ଫର ପାଲେଷ୍ଟାଇନ ଶରଣାର୍ଥୀ(ୟୁଏନଅଆରଡବ୍ଲ୍ୟୁଏ)  ସଂସ୍ଥାକୁ ଇସ୍ରାଏଲର ସୀମା ମଧ୍ୟରେ କୌଣସି କାର୍ଯ୍ୟ କରିବାକୁ ବାରଣ କରାଯାଇଛି ।  ଗାଜାରେ ପୂର୍ବରୁ ହୋଇଥିବା ମାନବିକ ସଙ୍କଟର ପ୍ରଭାବକୁ ସମାଧାନ କରିବାକୁ ଅନ୍ତର୍ଜାତୀୟ ସଂସ୍ଥା ତଥା ମାନବିକ ଗୋଷ୍ଠୀ ଅନୁମତି ଦେଇଛନ୍ତି। ସେଠାରେ  ୟୁଏନଅଆରଡବ୍ଲ୍ୟୁଏ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଇସ୍ରାଏଲର  ପ୍ରଥମ  ନିୟମ ସିନେଟ୍‌ରେ ଯାହା ୯୨ଭୋଟରେ  ପାରିତ ହୋଇଛି। ଏହି ନିୟମ ୟୁଏନଅଆରଡବ୍ଲ୍ୟୁଏକୁ ଇସ୍ରାଏଲ ମଧ୍ୟରେ ସମସ୍ତ କାର୍ଯ୍ୟକଳାପ, ବୁଝାମଣା କିମ୍ବା ସେବା ଜାରି ରଖିବାକୁ ବାରଣ କରିଛି। ସେହିପରି ଦ୍ୱିତୀୟ ନିୟମ, ୮୭ ଭୋଟରେ ପାସ ସଂଖ୍ୟାରେ ପାରିତ ହୋଇଛି।  

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସରକାରଙ୍କ ଅନୁସାରେ ୟୁଏନଅଆରଡବ୍ଲ୍ୟୁଏର କର୍ମଚାରୀ ଇସ୍ରାଏଲ ସହିତ ଚାଲିଥିବା ବିବାଦରେ  ପାଲେଷ୍ଟାଇନ ସନ୍ତ୍ରାସବାଦୀ ଗୋଷ୍ଠୀ ହମାସ ସହିତ ଜଡିତ ଅଛନ୍ତି।

ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ୟୁଏନଅଆରଡବ୍ଲ୍ୟୁଏ  କର୍ମୀଙ୍କୁ ଦାୟୀ କରାଯିବା ଆବଶ୍ୟକ। ଯେହେତୁ ମାନବିକ ସଙ୍କଟରୁ ରକ୍ଷା ପାଇବା ଆବଶ୍ୟକ, ତେଣୁ ବର୍ତ୍ତମାନ ଏବଂ ଭବିଷ୍ୟତରେ ଗାଜା ପାଇଁ ମାନବିକ ସହାୟତା ଉପଲବ୍ଧ ରହିବା ଆବଶ୍ୟକ।  ସେ ଆହୁରି ମଧ୍ୟ କହିଛନ୍ତି ଯେ ଇସ୍ରାଏଲ ଆସନ୍ତା ମାସରେ ଅନ୍ତର୍ଜାତୀୟ ଅଂଶୀଦାରମାନଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବ।  ଯାହା ନିଶ୍ଚିତ କରିବ ଯେ ଗାଜାରେ ସହାୟତା ସୁରକ୍ଷିତ ଭାବରେ ପହଞ୍ଚିବ। ଯାହା ଦ୍ବାରା ଏହା ଇସ୍ରାଏଲର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ ନାହିଁ।

ଇସ୍ରାଏଲ୍ ସଂସଦ, ସିନେଟ ଆହୁରି ଏକ ନିୟମ ପ୍ରଣୟନ କରିଛି ଯେ ଇସ୍ରାଏଲ୍ କର୍ତ୍ତୃପକ୍ଷ ୟୁଏନଅଆରଡବ୍ଲ୍ୟୁଏ  ସହିତ ସମସ୍ତ ସମ୍ପର୍କ ବନ୍ଦ କରନ୍ତୁ।  ପ୍ରାୟ୯୦ଦିନ ମଧ୍ୟରେ ଲାଗୁ ହେବାକୁ ଥିବା ଏହି ନିଷେଧାଦେଶ ସୂଚାଇ ଦେଇଛି ଯେ ୟୁଏନଅଆରଡବ୍ଲ୍ୟୁଏ ର କାର୍ଯ୍ୟକଳାପ ଉପରେ ଇସ୍ରାଏଲର ସନ୍ଦେହ ରହିଛି। ଚରମପନ୍ଥୀ ଗୋଷ୍ଠୀ ସହ ଏହାର ସମ୍ପର୍କ ଚରମ ସୀମାରେ ପହଞ୍ଚିଛି। ଇସ୍ରାଏଲର ସାଂସଦ ଶାରୋନ୍ ହସ୍କେଲ୍ ଏହୀ ଦୁଇ ନିୟମକୁ ସମର୍ଥନ ଜଣାଇ କହିଛନ୍ତି, ଯଦି ମିଳିତ ଜାତିସଂଘ ଏହି ସଂଗଠନକୁ ଆତଙ୍କବାଦ ଏବଂ ହମାସ୍ କାର୍ଯ୍ୟକର୍ତ୍ତାଙ୍କଠାରୁ ମୁକ୍ତ କରିବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ଆମେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ଯେ ସେମା

Leave a Reply

Your email address will not be published. Required fields are marked *