ଦୀପାବଳିରେ ଏସବୁ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳରେ ବାଣଫୁଟା ବନ୍ଦ
ନୂଆଦିଲ୍ଲୀ: ପରିବେଶ ଏବଂ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଚଳିତ ଦୀପାବଳିରେ ଦେଶର ଅନେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବାଣଫୁଟାକୁ ବାରଣ କରାଯାଇଛି।ପ୍ରତ୍ୟେକ ଶୀତ ଦିନରେ ବାୟୁ ଗୁଣବତ୍ତା (ଏକ୍ୟୁଆଇ) ସମସ୍ୟାର ସମ୍ମୁଖୀନ ହେଉଥିବା ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ପକ୍ଷରୁ ୧ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ ବାଣ ତିଆରି, ସଂରକ୍ଷଣ, ବିକ୍ରୟ ଏବଂ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ଦୀପାବଳି, ଗୁରୁପର୍ବ, ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ଅବସରରେ କେବଳ ସବୁଜ ବାଣକୁ କିଛି ଘଣ୍ଟା ପାଇଁ ଫୁଟାଇବାକୁ ଅନୁମତି ଦିଆଯାଇଛି।ମହାରାଷ୍ଟ୍ର
ମହାରାଷ୍ଟ୍ରରେ କେବଳ ସବୁଜ ବାଣଫୁଟାକୁ ଅନୁମତି ଦିଆଯାଇଛି। ଯାହା ପାରମ୍ପରିକ ବାଣ ଅପେକ୍ଷା ପ୍ରାୟ ୩୦% କମ୍ ପ୍ରଦୂଷଣର କାରଣ ହୋଇଥାଏ। ଏହା ବ୍ୟତୀତ ମୁମ୍ବାଇ ପୁଲିସ ମଧ୍ୟ ଅକ୍ଟୋବର ୨୩ରୁ ୨୪ ନଭେମ୍ବର ପର୍ଯ୍ୟନ୍ତ ଆକାଶ ଦୀପ ବିକ୍ରି ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି।କର୍ଣ୍ଣାଟକ
କର୍ଣ୍ଣାଟକରେ କେବଳ ସବୁଜ ବାଣର ବ୍ୟବହାର କରିବାକୁ ରାଜ୍ୟ ସରକାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଦୀପାବଳିରେ ବାଣଫୁଟା ସମୟକୁ ରାତି ୮ରୁ ୧୦ପର୍ଯ୍ୟନ୍ତ ସୀମିତ ରଖିବାକୁ ପରିବେଶ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି, ଯଦିଓ ଏନେଇ ସରକାରୀ ନିଷେଧାଦେଶ ଲାଗୁ ହୋଇନାହିଁ।