ରାଜ୍ୟ

ନାସ୍-ବି.ଡବ୍ଲୁ.ଆଇ. ଓ ନିଖିଳ ଉକ୍ରଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ମିଳିତ ଉଦ୍ୟମରେ ରାଜ୍ୟ ସ୍ତରୀୟ ଅସଂଗଠିତ ଶ୍ରମିକ ଆଲୋଚନା ଚକ୍ର

ଭୁବନେଶ୍ୱର, ତା. ୦୩/୧୧ ରିଖ : ଆଜି ନିଖିଳ ଉକ୍ରଳ ଚାଷୀ ମୂଲିଆ ସଂଘ ‘ନାସ୍’ ଓ ଆନ୍ତର୍ଜାତିକ ନିର୍ମାଣ ଶ୍ରମିକ ମହାସଂଘ ମିଳିତ ଉଦ୍ୟଗରେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପାଇଁ ଦାବି ଉପସ୍ଥାପନ ସମ୍ଭନ୍ଧରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଡ. ରାମଚନ୍ଦ୍ର ଖୁଂଟିଆ ଭାରତ ବର୍ଷରେ କାର୍ଯ୍ୟରତ ୫୦ କୋଟିରୁ ଉଦ୍ଧ୍ୱର୍ ଅସଂଗଠିତ ଶ୍ରମିକମାନେ ସଂପୂର୍ଣ୍ଣ ଅବହେଳିତ । ସେମାନଙ୍କ ପାଇଁ କୌଣସି ସାମାଜିକ ସୁରକ୍ଷା ତଥା ସ୍ୱାସ୍ଥ୍ୟ ନିରାପତା ବ୍ୟବସ୍ଥା ନାହିଁ । ଅନ୍ୟପକ୍ଷରେ ସର୍ବନିମ୍ନ ରୋଜଗାର ବ୍ୟବସ୍ଥା ମଧ୍ୟ ସରକାର କରିନାହାନ୍ତି । ଯାହାଦ୍ୱାରା ସେମାନେ ଦିନକୁ ଦିଓଳି ଖାଇବା ମଧ୍ୟ କଷ୍ଟକର । ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ଅସଂଗଠିତ କ୍ଷେତ୍ରର ଶ୍ରମିକ ମାନଙ୍କ ପାଇଁ କମ୍ପୁ୍ୟଟର ମାଧ୍ୟମରେ ପଞ୍ଜିକୃତ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । କିନ୍ତୁ କୌଣସି ରାଜ୍ୟରେ ଗତ ବଜେଟରେ ଗୋଟିଏ ଟଙ୍କା ମଧ୍ୟ ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇନାହିଁ । ତେଣୁ ଅସଂଗଠିତ ଶ୍ରମିକ ମାନଙ୍କୁ ଏକତ୍ରିତ କରି ରାଜ୍ୟ ତଥା ଜାତୀୟ ସ୍ତରରେ ଆନେ୍ଦାଳନ କରିବା ହେଉଛି ଏକମାତ୍ର ଉପାୟ । ଏ.ଆଇ.ସି.ସି.ଟି.ୟୁର ସଭାପତି ରାଧାକାନ୍ତ ସେଠୀ ତାଙ୍କ ବକ୍ତବ୍ୟରେ ସରକାରଙ୍କ ଦ୍ୱାରା ମାଳମାଳ ଯୋଜନା ହେଇଛି ସିନା କିନ୍ତୁ କୌଣସି ଯୋଜନାରୁ ଶ୍ରମିକମାନେ କାଣିଚାଏ ପାଇପାରୁନାହାନ୍ତି । ଆମ ସରକାର କେବଳ କର୍ପୋରେଟ୍ ମାଫିଆ ମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ନିକଟରେ ଓଡ଼ିଶା ସରକାର ବକ୍ସସାଇଟ୍ ଖଣି ନିଲାମ ପ୍ରକ୍ରିୟାରେ ବାସ୍ତବ ମୂଲ୍ୟ ୮୦୦୦ ଟଙ୍କାକୁ ମାତ୍ର ୪୬୫ ଟଙ୍କାରେ ବିକ୍ରି କରିଛନ୍ତି । ଆମ ରାଜ୍ୟର ଶ୍ରମିକମାନେ ସରକାରଙ୍କ ସହାୟତା ଦ୍ୱାରା ପ୍ରଚଳିତ ସମସ୍ତ ଯୋଜନାକୁ କେବଳ ହାତ ପତେଇ ଭିକ ମାଗିଲା ଭଳି ଆଣୁଛନ୍ତି । ଏହା ଶ୍ରମିକମାନଙ୍କର ମୋୖଳିକ ଅଧିକାରକୁ କୋଠାରଘାତ କରୁଛନ୍ତି । ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସାଧାରଣ ସମ୍ପାଦକ କିଶୋର ଜେନା ତାଙ୍କ ଅଭିଭାଷଣରେ ପ୍ରତ୍ୟେକ ନାଗରିକର ସମ୍ମାନ ସହ ବଞ୍ଚôବାର ଅଧିକାର ଅଛି ବୋଲି ସମ୍ବିଧାନରେ ଉଲ୍ଲେଖ ଅଛି କିନ୍ତୁ ଆମ ସରକାର ସମ୍ବିଧାନର ତଂଟି ଚିପି ନାଗରିକ ମାନଙ୍କୁ ମୋୖଳିକ ଅଧିକାର ଦେବା କଥା ତାବଦଳରେ ବିଭିନ୍ନ ଯୋଜନା ମାଧ୍ୟମରେ କଣ୍ଠୋରୋଧ କରୁଛନ୍ତି । ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଉପସଭାପତି ମଦନ ମୋହନ ଧଳ ତାଙ୍କ ଅଭିଭାଷଣରେ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାକୁ ଭିତିହୀନ ବୋଲି ପ୍ରକାଶ କରି କହିଲେ ଯେ, ବି.ଏସ୍.କେ.ୱାଇ ବା ଆୟୁଷ୍ମାନ ଭାରତ ଯୋଜନା ହେଉ ପ୍ରତ୍ୟେକ ଯୋଜନାର ସୁଫଳ ଅସଂଗଠିତ ଶ୍ରମିକମାନେ ଉପଲବ୍ଧ କରିପାରୁନାହାନ୍ତି । ନିକଟରେ ଆମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ଆୟୁଷ୍ମାନ ଯୋଜନାରେ ସମସ୍ତ ବର୍ଗର ୭୦ ବର୍ଷରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକ ମାନଙ୍କୁ ଅନ୍ତର୍ଭୁକ୍ତ କଲେ କିନ୍ତୁ ଉକ୍ତ ଯୋଜନା ଅନୁସାରେ ପ୍ରତ୍ୟେକ ହିତାଧିକାରୀ ନିଜ ପଟେକରୁ ଖର୍ଚ୍ଚ କଲାପରେ ସରକାର ପରେ ଏହାକୁ ପୈଠ କରିବେ ବୋଲି ଲିପିବଦ୍ଧ ଅଛି । ତେଣୁ ଏହା ବରିଷ୍ଠ ନାଗରିକ ମାନଙ୍କୁ ଦିନରେ ଲଣ୍ଠନ ଦେଖାଇଲା ଭଳି ଉକ୍ତି କହିଲେ ଅଯୁକ୍ତିକର ହେବ ନାହିଁ । ଆମ ରାଜ୍ୟର ଜିଲ୍ଲା ସ୍ତରୀୟ, ସବଡିଭିଜନ ସ୍ତରୀୟ ଓ ବ୍ଲକ ସ୍ତରୀୟ ସମସ୍ତ ଡାକ୍ତରଖାନାକୁ ଯଦି ଉନ୍ନତ କରାଯାଏ ଏବଂ ଆଧୁନିକ ଚିକିତ୍ସା ଉପକରଣ ବ୍ୟବସ୍ଥା କରାଯାଏ ତେବେ ଆମ ରାଜ୍ୟର ସମସ୍ତ ନାଗରିକମାନେ ଉତ୍ତମ ସ୍ୱାସ୍ଥ୍ୟ ସେବା ହାସଲ କରିପାରିବେ । ଆଜିର ଆଲୋଚନାରେ ସମସ୍ତ ଅସଂଗଠିତ ଶ୍ରମିକମାନଙ୍କୁ କର୍ମଚାରୀ ରାଜ୍ୟ ସ୍ୱାସ୍ଥ୍ୟବୀମା ଯୋଜନା (ଇ.ଏସ୍.ଆଇ)ରେ ଅନ୍ତର୍ଭୁକ୍ତ କରିବା ସହିତ ପ୍ରସ୍ତାବିତ ଅସଂଗଠିତ କ୍ଷେତ୍ର ଶ୍ରମିକ ପରିଷଦ ନିମିତ୍ତ ଆମ ରାଜ୍ୟ ସରକାର ତୁରନ୍ତ ଅନୁ୍ୟନ୍ୟ ୫ ଶହ କୋଟି ଟଙ୍କା ପ୍ରଦାନ କରି ଏହାକୁ କାର୍ଯ୍ୟକ୍ଷମ କଲେ ଆଗାମୀ ଦିନରେ ଅନ୍ତତଃ ପ୍ରତ୍ୟେକ ଓଡିଆ ପୁଅ ସ୍ୱାସ୍ଥ୍ୟସେବାରୁ ବଂଚିତ ହେବ ନାହିଁ ।
ଅନ୍ୟମାନଙ୍କ ମଧ୍ୟରେ ନିଖିଳ ଉକ୍ରଳ ଗ୍ରାମୀଣ ଚାଷୀ ମୂଲିଆ ସଂଘର ସାଧାରଣ ସମ୍ପାଦକ ସତ୍ୟବ୍ରତ ନାୟ କର୍ମସାଳା ସଂଯୋଜନା କରିବା ସହିତ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ରାଜ୍ୟର ସମସ୍ତ ଅସଂଗଠିତ ଶ୍ରମିକମାନଙ୍କୁ ସମାନଙ୍କ ଅଧିକାର ପାଈଁ ସଚେତନ କରିବା ସହ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ । ସି.ଆଇ.ଟି.ୟୁର ଦୁଷ୍ମନ୍ତ ଦାଶ, କେନ୍ଦ୍ରୀୟ ଶ୍ରମିକ ନେତା ନିରଞ୍ଜନ ମହାନ୍ତି, ଅମୀୟ କୁମାର ମହାନ୍ତି, ଧରଣୀଧର ସ୍ୱାଇଁ, କୃଷଚନ୍ଦ୍ର ସାହୁ, ପ୍ରଣତି ମିଶ୍ର, କେଶବ ବେହେରା, ସିଲି ସେଠୀ, ବେଦଦୁ୍ୟତ ପୃଷ୍ଟି, ଚୈତନ୍ୟ ତାଣ୍ଡି, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସଂଜୀବ ମହାନ୍ତି, ପ୍ରୀୟବ୍ରତ ନାୟକ, ଡ. ଦୁଷ୍ମନ୍ତ ନାୟକ, ବିଦ୍ୟାଚରଣ ସୁନା ଓ ବିଷ୍ଣୁପ୍ରସାଦ ଭୁଜବଳ ପ୍ରମୁଖ ଆଲୋଚନାରେ ଭାଗ ନେଇ ସମସ୍ତ ଅସଂଗଠିତ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯିବା ପାଇଁ ମତ ପ୍ରକାଶ କରିଥିଲେ ।
(ସତ୍ୟବ୍ରତ ନାୟକ)
ସାଧାରଣ ସମ୍ପାଦକ, ନିଖିଳ ଉକ୍ରଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ

Leave a Reply

Your email address will not be published. Required fields are marked *