ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ଜ଼ିଲ୍ଲା ଶିକ୍ଷାଅଧିକାରୀଙ୍କୁ ଅଭିଭାବକଙ୍କ ଦାବୀପତ୍ର
ଜଗତସିଂହପୁର(ପି ଏନ ) ଜଗତସିଂହପୁର ର ରଘୁନାଥପୁର ବ୍ଲକ ଶିକ୍ଷା ଅଧୀନ ଜୟଶୋଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷñୟିତ୍ରୀଙ୍କ ବଦଳିପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକ ମାନେ ଜ଼ିଲ୍ଲା ଶିକ୍ଷାଧିକାରୀଙ୍କୁ ୬ ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।ନବମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କ ପାଇଁ ହେବାକୁ ଥିବା ଏନଆରଟିଏସ ପରୀକ୍ଷା ବିଷୟରେ ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନଙ୍କୁ ଅବଗତ ନକରାଇବା, ପ୍ରଧାନଶିକ୍ଷୟିତ୍ରୀଙ୍କ ଅଜ୍ଞାନ୍ତ କାରଣରୁ ଛାତ୍ରଛାତ୍ରୀମାନେ ପଠାଣିସାମନ୍ତ ମେଧାବୃତ୍ତି ପରୀକ୍ଷା ଦେବାରୁ ବଞ୍ଚିତ ରହିବା, ପ୍ରତିମାସରେ ଏକ ଦିନରେ ଏକ ସମୟରେ ୪ ରୁ ୫ ଜଣ ଶିକ୍ଷୟିତ୍ରୀ ମାନେ ଏକ କାଳୀନ ଛୁଟିରେ ରହୁଛନ୍ତି, ବିଦ୍ୟାଳୟ ଶିକ୍ଷୟିତ୍ରୀ ମାନେ ଜ଼ିଲ୍ଲା ବାହାରୁ କଟକ ଭୁବନେଶ୍ୱରରୁ ଆସୁଥିବାରୁ ସଠିକ ସମୟରେ ବିଦ୍ୟାଳୟକୁ ନଆସିବା, ବିଦ୍ୟାଳୟରେ ପାଳନ ହେଉଥିବା ବିଭିନ୍ନ ଦିବସ ମାନଙ୍କରେ ଶିକ୍ଷୟିତ୍ରୀ ମାନେ ଅନୁପସ୍ଥିତ ରହିବା,ସ୍କୁଲରେ ଛାତ୍ର ଛାତ୍ରୀମାନଙ୍କୁ ବିଦ୍ୟାଳୟରେ ଶିକ୍ଷାଦାନରେ ଅସୁବିଧା ସୃଷ୍ଟି ହେଉଥିବା ସହିତ ବିଭିନ୍ନ ସମସ୍ୟାକୁ ପ୍ରଧାନଶିକ୍ଷୟିତ୍ରୀ ଦୃଷ୍ଟି ଦେଉନଥିବା ଆଦି ଅଭିଭାବକ ମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ସମସ୍ୟା ଗୁଡିକ ଯୋଗୁ ବିଦ୍ୟାଳୟରେ ଶିକ୍ଷାଧାନ ବାଧାପ୍ରାପ୍ତ ହେଉଥିବା ବେଳେ ପ୍ରଧାନ ଶିକ୍ଷକ ମଧ୍ୟ ଏଥିରେ ସାମିଲ ରହିଛନ୍ତି ।ତେଣୁ ଅଭିଭାବକ ମାନେ ଜ଼ିଲ୍ଲାଶିକ୍ଷାଧିକାରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀଙ୍କ ଅନ୍ୟତ୍ର ବଦଳି ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି ।ଏହି ଦାବି ପତ୍ର ପ୍ରଦାନରେ ଆଦିକନ୍ଦ ଭୋଇ, ସୁଷମା କୁମାରୀ ସାହୁ, ଲୋକନାଥ ଖଟେଇ, ସୁବାଷ ଖଟେଇ, ଲକ୍ଷ୍ମୀଧର ଭୋଇ, ପ୍ରମୋଦ ମଲ୍ଲିକ, ଚିତ୍ତରଞ୍ଜନ ଦାସ, ହେମନ୍ତ କୁମାର ପୃଷ୍ଟି, ଶଙ୍କର ମଲ୍ଲିକ, ସୁବାଷ ଭୋଇ, ସୁଶାନ୍ତ ମଲ୍ଲିକ, କବିତା ସେଠି, ଅଖିଲ ରଞ୍ଜନ ସାହୁଙ୍କ ସମେତ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ ।