ପେନସନ୍ ସମ୍ବନ୍ଧୀୟ ସରକାରୀ ନିର୍ଦ୍ଦେଶ: ଝିଅଙ୍କର ନାମ ହଟାଯାଇପାରିବ ନାହିଁ
ନୂଆଦିଲ୍ଲୀ:ସରକାରୀ କର୍ମଚାରୀଙ୍କ ପାଇଁ ପେନସନ୍ ସହିତ ଜଡିତ ଏକ ବଡ ଘୋଷଣା ସରକାରଙ୍କ ପକ୍ଷରୁ କରାଯାଇଛି। ସମସ୍ତ ପେନସନଭୋଗୀଙ୍କ ପାଇଁ ପେନସନଭୋଗୀ କଲ୍ୟାଣ ବିଭାଗ ଏକ ନୂତନ ନିୟମ ଜାରି କରିଛି। ବର୍ତ୍ତମାନଠାରୁ ପେନସନ୍ ପାଇବାକୁ ଯୋଗ୍ୟ ପରିବାର ସଦସ୍ୟଙ୍କ ତାଲିକାରୁ ଝିଅର ନାମ ହଟାଯାଇପାରିବ ନାହିଁ। ଏହା ବ୍ୟତୀତ ଅତିରିକ୍ତ ଅର୍ଡିନାରି ପେନସନ୍ (ଇଓପି) ଅନ୍ତର୍ଗତ ପ୍ରାପ୍ତ ସମସ୍ତ ଅବସରକାଳୀନ ସୁବିଧାକୁ ଯଥାଶୀଘ୍ର ମୁକ୍ତ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।
ଅନେକ ଥର ସରକାରୀ କର୍ମଚାରୀମାନେ ପେନସନ୍ରେ ଝିଅଙ୍କର ନାମ ଅନ୍ତର୍ଭୁକ୍ତ କରି ନ ଥାନ୍ତି। ଏ ସମ୍ପର୍କରେ ପେନସନଭୋଗୀ କଲ୍ୟାଣ ବିଭାଗ ଏକ ନିର୍ଦ୍ଦେଶ ଜାରି କରି କହିଛି ଯେ ପେନସନ୍ ଫର୍ମାଟରେ ଝିଅକୁ ସରକାରୀ କର୍ମଚାରୀଙ୍କ ପରିବାରର ସଦସ୍ୟ ମଧ୍ୟ ବିବେଚନା କରାଯାଏ। ତେଣୁ ପରିବାର ସଦସ୍ୟଙ୍କ ତାଲିକାରେ ଝିଅର ନାମ ମଧ୍ୟ ଅନ୍ତର୍ଭୂକ୍ତ କରାଯିବା ଉଚିତ୍।