ରାଜ୍ୟ

ଭତ୍ତା ବୃଦ୍ଧି ଦାବି ରେ ୧୩ ମାର୍ଚ୍ଚ ରୁ ଅଙ୍ଗନବାଡି କର୍ମୀ ଦିବା ରାତ୍ରି ଆନ୍ଦୋଳନ କରିବେ,,,

ଭତ୍ତା ବୃଦ୍ଧି, ପେନସନ୍,ମିନି ଅଙ୍ଗନବାଡି କର୍ମୀ ଙ୍କୁ କର୍ମୀ ର ମାନ୍ୟତା, କର୍ମୀ ଓ ସହାୟିକା ଙ୍କୁ ଶ୍ରମିକର ମାନ୍ୟତା, ସେବା ନିବୃତ କର୍ମୀ ତଥା ମୃତ୍ୟୁ ବରଣ କରିଥିବା କର୍ମୀ ପରିବାର ବର୍ଗଙ୍କୁ ୫ ଲକ୍ଷ୍ୟ ସହାୟତା ଦେବା ଦାବି ରେ ଆସନ୍ତା ୧୩ ମାର୍ଚ ରୁ ଅଙ୍ଗନବାଡି କର୍ମୀ ଓ ସହାୟକା ଅନିର୍ଦ୍ଦିଷ୍ଟ କାଳ ଦିବା ରାତ୍ରି ଆନ୍ଦୋଳନ କୁ ଓହ୍ଲେଇ ବା ନିଷ୍ପତ୍ତି ଆଜି ସମ୍ବଲପୁର ଠାରେ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ଵରେ ଅନୁଷ୍ଠିତ ପଶ୍ଚିମ ଓଡିଶା ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି l ବରିଷ୍ଠ ଉପସଭାପତି ରୁକ୍ମିଣୀ ଜୁଆଡି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀ,ଲିଲି ମିଶ୍ର, ଦିଶିଲା ଧୁରୁଆ, ବାଳକୃଷ୍ଣ ଭୋଇ, ପ୍ରମିଳା ସିଂହ, କ୍ଷିତି ସୁତା ମିଶ୍ର, କନକ ପ୍ରଧାନ, ରଞ୍ଜିତା କେର କଟା, ନିତମ୍ବ ଦାସ ପ୍ରମୁଖ ମିଳିତ ରୂପେ ସଭାରେ ଏବଂ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ସରକାର ପୂର୍ବରୁ ଯାହା ଭତ୍ତା ବୃଦ୍ଧି କରିଛନ୍ତି ତାହା ସମୁଦ୍ରକୁ ଶଙ୍ଖେ, ଦରଦାମ୍ ଯେଭଳି ବଢି ବଢି ଚାଲିଛି ସେଥିରେ ଚଳିବା ଅତ୍ୟନ୍ତ କଷ୍ଟ କର l ଅପର ପକ୍ଷରେ ଦୈନନ୍ଦିନ କାର୍ଯ୍ୟ ଭାର ବଢି ବଢି ଚାଲିଛି l୬ ପ୍ୟାକେଜ ବ୍ୟତୀତ ଅନ୍ୟ କାମ ପାଇଁ କର୍ମୀଙ୍କୁ ନିୟୋଜିତ ନ କରିବା ନିୟମ ଥିଲେ ମଧ୍ୟ ବିଭିନ୍ନ ବିଭାଗର କାର୍ଯ୍ୟରେ ନିଯୋଜିତ କରାଯାଉଚି l ଶ୍ରମ ସମିଳନୀରେ ୨୬ ହଜାର ଭତ୍ତା ,ସେବା ନିବୃତ ୬୫ ବର୍ଷ ବୟସ କରିବା, ଗ୍ରାମ କଲ୍ୟାଣ ସମିତି ରୁ ବାଦ ଦେବା ଦାବି ପୂରଣ ସକାଶେ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ବାରମ୍ବାର ଦାବି କରି ଆସୁ ଥିଲେ ମଧ୍ଯ ସରକାର ନ ଶୁଣିବା ଅତ୍ଯନ୍ତ ଦୁଃଖ ଦାୟକ ବୋଲି ପଦ୍ମିନୀ ପାଣିଗ୍ରାହୀ, ସରସ୍ୱତୀ ପଞ୍ଚ ବିହାର, ସାଧବୀ ବିଶ୍ଵାଳ, sukanti ସୁନା, ଗୋଲାପୀ ପଟେଲ, ରତ୍ନ ସାହୁ ,ଫେନି ରାଉଳ, ଶାନ୍ତି ଲତା ପଟେଲ, ଶାନ୍ତି ଲତା jagadala, ଅଞ୍ଜଲି ଶର୍ମା ପ୍ରକାଶ କରିଥିଲେ l ସରକାର ସମସ୍ୟା ର ସମାଧାନ ନ କଲେ ୧୩ ମାର୍ଚ୍ଚ ରୁ ଅଙ୍ଗନବାଡି କର୍ମୀ ଓ ସହାୟିକା ଦିବା ରାତ୍ରି ଆନ୍ଦୋଳନ କୁ ଓହ୍ଲେଇ ବେ ବୋଲି ଆଜି ନିଷ୍ପତ୍ତି ନିଆଯାଇଛି l ଅଲ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ସଂଯୁକ୍ତ ମୋର୍ଚା ଆହ୍ଵାନ ରେ ଡାକରା ଦିଆ ଯାଇଥିବା ଦିବା ରାତ୍ରି ଆନ୍ଦୋଳନ ରେ ପଶ୍ଚିମ ଓଡିଶା ରୁ ୩୦ ହଜାର ରୁ ଉର୍ଦ୍ଧ୍ଵ କର୍ମୀ ଉପସ୍ଥିତ ରହିବେ ବୋଲି ସୂଚନା ଦିଆଯାଇଛି l ସୁଭ୍ରା ମିଶ୍ର, କଲ୍ୟାଣୀ ମେହେର, ଗାୟତ୍ରୀ ଦାସ, ସଂଯୁକ୍ତା ବାରିକ୍, ରାଜକୁମାରୀ baiga, ପୂଜା ଭୋଇ, ରଶ୍ମୀତା ଦାସ, ନମିତା ନାଇକ, ଶୈରିନ୍ଦ୍ରୀ ମହାନନ୍ଦ, ଲାତୂର ଲଗୁନ୍, ଅନିତା ନାୟକ, ରୀତା ପତି ସମେତ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାର କର୍ମକର୍ତ୍ତା ଉପସ୍ଥିତ ଥିଲେ l ଶେଷରେ ସମ୍ପାଦକ ପ୍ରମିଳା ସିଂହ ଧନ୍ୟବାଦ ଅର୍ପଣ କରିଥିଲେ l,,

Leave a Reply

Your email address will not be published. Required fields are marked *