ରାଜ୍ୟ

khabarkagaj.in ନାମକ ୱେବସାଇଟ ଉଦଘାଟନ .

Khabarkagaj.in ଗୋଟିଏ ଅଭିନବ ପ୍ରୟାସ। ଏଥିପାଇଁ ଦେବାର୍ଚ୍ଚନ ଟ୍ରଷ୍ଟ ଧନ୍ୟବାଦର ପାତ୍ର ଅଟନ୍ତି। ଏହା ବଂଚିତ ସାଧାରଣ ପାଠକମାନଙ୍କୁ ସହଜରେ ଉପଲବ୍ଧ ହେବା ସଂଗେସଂଗେ ଖବରକାଗଜର ସମ୍ପାଦନାର ସ୍ତରରେ ଉନ୍ନତି ଆଣିବା ଦିଗରେ ସହାୟକ ହେବ। ବିଭିନ୍ନ ଖବରକାଗଜର ସଂପାଦକ ଓ ବାର୍ତ୍ତା ସଂପାଦକଙ୍କ ଗହଣରେ ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ଶ୍ରୀଯୁକ୍ତ ଅଶ୍ବିନୀ ଉପାଧ୍ୟାୟ khabarkagaj.in ନାମକ ୱେବସାଇଟ ଉଦଘାଟନ ଅବସରରେ ଏପରି ଭାବ ବ୍ୟକ୍ତ କରିଥିଲେ।
ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ୱେବସାଇଟ ବାବଦରେ ଅବଗତ କରାଇ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି ଯେ ଏହା ଏକ ଆଭାସୀ ପାଠାଗାର ଭାବରେ କାର୍ଯ୍ୟ କରିବ। ଖବରକାଗଜ ପକ୍ଷରୁ ଯୋଗାଇ ଦିଆଯାଇଥିବା,ପିଡିଫ କପି ଏଠାରେ ସ୍ଥାନିତ ହେବ। ଏକାଠି ଅନେକ କାଗଜ ପଢ଼ିବାର ସୁଯୋଗ ବଂଚିତ ପାଠକମାନେ ପାଇବେ। ଏହି ବ୍ୟବସ୍ଥାରେ ତ୍ରୁଟି ସୁଧାରିବା ଓ ଉନ୍ନତି ଆଣିବା ପାଇଁ ଏବେ କିଛି ଦିନ ପରୀକ୍ଷାମୂଳକ ଭାବେ ଏହି ୱେବସାଇଟ କାର୍ଯ୍ୟ କରିବ। ଗୋଟିଏ ମାସରେ ପାଠକ ଓ ପ୍ରକାଶକମାନଙ୍କ ପରାମର୍ଶକୁ ଆଧାର କରି ପୂର୍ଣ୍ଣାଙ୍ଗ ସାଇଟ୍ ଲୋକର୍ପିତ ହେବ। ଏହି ଉଦ୍ୟମରେ ସମସ୍ତଙ୍କ ସହଯୋଗ କାମନା କରୁଛୁ। ଶେଷରେ ଦେବାର୍ଚ୍ଚନ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ହିତେଶ ମୋହନ ମହାପାତ୍ର ଉପସ୍ଥିତ ପ୍ରତିନିଧି ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *