ଇରାନ ଆକ୍ରମଣ ଭୟ: ବଙ୍କରରେ ଲୁଚିଛନ୍ତି ନେତାନ୍ୟାହୁ
ଜେରୁଜେଲମ୍: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇରାନର ଆକ୍ରମଣକୁ ଭୟ କରୁଛନ୍ତି। ଇସ୍ରାଏଲ୍ ମିଡିଆ ରିପୋର୍ଟରେ କୁହାଯାଇଛି ଯେ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ନେତାନ୍ୟାହୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ତଳ ମହଲାର ଏକ ଶକ୍ତିଶାଳୀ ବେସମେଣ୍ଟ୍ ବଙ୍କରରେ ଅଧିକାଂଶ ସମୟ କାମ କରୁଛନ୍ତି।
ଗତ ମାସରେ ସିଜେରିୟାରେ ଥିବା ତାଙ୍କ ବ୍ୟକ୍ତିଗତ ବାସଭବନରେ ହେଜବୁଲ୍ଲା ଡ୍ରୋନ୍ ଆକ୍ରମଣ ପରେ ତାଙ୍କୁ ଏହି ସୁରକ୍ଷିତ ବେସମେଣ୍ଟ୍ ବ୍ୟବହାର କରିବାକୁ କୁହାଯାଇଛି। ଏହା ସହିତ କେତେକ ସ୍ଥାନକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।ଇସ୍ରାଏଲର ନ୍ୟୁଜ ଆଉଟଲେଟ୍ ଚ୍ୟାନେଲ ୧୨ ରିପୋର୍ଟ କରିଛି ଯେ ବିଭିନ୍ନ ସ୍ଥାନରେ କ୍ୟାବିନେଟ ବୈଠକ କାହିଁକି ଅନୁଷ୍ଠିତ ହେଉଛି ତାହା ନୂତନ ସୁରକ୍ଷା ପ୍ରୋଟୋକଲରେ ବର୍ଣ୍ଣନା କରାଯାଇଛି। ଏହା ସହିତ ନଭେମ୍ବର ୨୬ରେ ହେବାକୁ ଥିବା ନେତାନ୍ୟାହୁଙ୍କ ପୁଅ ଅୱନର ନେତାନ୍ୟାହୁଙ୍କ ବିବାହ ପରବର୍ତ୍ତୀ ତାରିଖକୁ ସ୍ଥଗିତ ରଖାଯାଇଛି।