ଅଗ୍ନିଶମ ସେବା ଆଧୁନିକୀକରଣ: ପଶ୍ଚିମବଙ୍ଗ-ଓଡିଶା-ଛତିଶଗଡ ପାଇଁ ୭୨୫ କୋଟି ଟଙ୍କା ମଞ୍ଜୁର, ଓଡ଼ିଶା ଭାଗରେ ୨୦୧.୧୦ କୋଟି
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ଓଡିଶା ଏବଂ ଛତିଶଗଡ ଆଦି ୩ ରାଜ୍ୟରେ ଅଗ୍ନିଶମ ସେବାର ଆଧୁନିକୀକରଣ ଏବଂ ବିସ୍ତାର ପାଇଁ ୭୨୫.୬୨ କୋଟି ଟଙ୍କାର ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଏହି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି।
ଏହି କମିଟିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ଏନଆଇଟି ଆୟୋଗ ଉପାଧ୍ୟକ୍ଷ ସୁମନ କେ. ବେରୀ ସାମିଲ ଅଛନ୍ତି। ଏହି କମିଟି ବିପର୍ଯ୍ୟୟ ପ୍ରସ୍ତୁତି ବିକାଶ ଉପରେ ଗୁରୁତ୍ବ ପ୍ରଦାନ କରୁଛନ୍ତି।
ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏକ ବିପର୍ଯ୍ୟୟ ମୁକାବିଲା ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଜନାର ଏହା ଏକ ଅଂଶ। ଏହି ପ୍ରୟାସର ଏକ ଅଂଶ ଭାବରେ ସାରା ଦେଶରେ ଅଗ୍ନିଶମ ସେବାରେ ଉନ୍ନତି ଆଣିବା ପାଇଁ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ) ଅଧୀନରେ ସରକାର ୫୦୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏପର୍ଯ୍ୟନ୍ତ ୧୫ଟି ରାଜ୍ୟ ପାଇଁ ୨,୫୪୨.୧୨ କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।