କାର୍ ଧକ୍କାରେ ୩୫ ମୃତ, ୪୩ ଆହତ: କଠୋର ଦଣ୍ଡ ପାଇଁ ଜିନପିଙ୍ଗ୍ଙ୍କ ନିର୍ଦ୍ଦେଶ
ବେଜିଂ: ଚୀନ୍ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଜୁହାଇରେ ଜଣେ ଡ୍ରାଇଭର ତାଙ୍କ କାର୍କୁ ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ଚଳାଉଥିବା ସମୟରେ ହଠାତ୍ ନିୟନ୍ତ୍ରଣ ହରାଇ ବସିଥିଲେ।କାର୍ ଧକ୍କାରେ ୭୮ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩୫ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି।ଏହି କାର୍ଯ୍ୟକ୍ରମ ସମୟରେ, କାର୍ ଚଳାଉଥିବା ଜଣେ ଡ୍ରାଇଭର ଭିଡ଼ ଅଞ୍ଚଳରେ ପହଞ୍ଚିଥିଲେ। ହଠାତ୍ ତାଙ୍କ କାର ନିୟନ୍ତ୍ରଣ ହରାଇଥିଲା ଏବଂ ଭିଡ଼ ଭିତରକୁ ତୀବ୍ର ବେଗରେ ମନାଇଯାଇଥିଲା। ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଏହା ଏକ ଦୁର୍ଘଟଣା ଅବା ହିଟ୍ ଆଣ୍ଡ୍ ରନ୍ ମାମଲା ତାହା ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ।