ରାଜ୍ୟ

ପିଲାଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲିବାକୁ ଷଡ଼ଯନ୍ତ୍ର କରିଥିଲେ ପୂର୍ବ ସରକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ନେଇ ପୁଣି ପୂର୍ବର ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କରିଛନ୍ତି। 
୫-ଟି ସ୍କୁଲ୍‌ର ଦୂରାବସ୍ଥା ସହ ପ୍ରାଥମିକ ଶିକ୍ଷାର ମାନକୁ ନେଇ ପୂର୍ବ ସରକାରଙ୍କ ଉପରେ ମୁଖ୍ୟମନ୍ତ୍ରୀ ବର୍ଷିଛନ୍ତି।

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି,ଓଡ଼ିଶାର ପିଲାଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲିବାକୁ ପୂର୍ବ ସରକାର ଷଡ଼ଯନ୍ତ୍ର କରିଥିଲେ। ଗୁଣାତ୍ମକ ଶିକ୍ଷା ଆଜି ବି ଆମ ପାଇଁ ଆହ୍ଵାନ ହୋଇ ଛିଡା ହୋଇଛି। ଯୁବପିଢିଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ଓ ସମାଜର ବିଭିନ୍ନ କ୍ଷେତ୍ରରେ ତାଙ୍କୁ ଥଇଥାନ କରିବା ତଥା ଦେଶ ଗଠନରେ ତାଙ୍କୁ ନିୟୋଜିତ କରିବା ହେଉଛି ଆମ ପାଇଁ ବଡ଼ ଆହ୍ଵାନ। ୨୦୨୦ରେ ଏନଇପି ଅଣାଗଲା। ହେଲେ ରାଜନୈତିକ ଅଭିସନ୍ଧି ଯୋଗୁଁ ଏହାକୁ ରାଜ୍ୟରେ ଲାଗୁ କରାଯାଇ ନ ଥିଲା। ଚଳିତ ବର୍ଷଠାରୁ ଏହା ଲାଗୁ ହେବ ଓ ଶିକ୍ଷା କ୍ଷେତ୍ରରେ ଏହା ବୈପ୍ଲବିକ ପରିବର୍ତ୍ତନ ଆଣିବ। 

Leave a Reply

Your email address will not be published. Required fields are marked *