ରାଜ୍ୟ

ବିରଜା ହାଟ ପ୍ରସଙ୍ଗକୁ ନେଇ ହଙ୍ଗାମା: ବବିଙ୍କ ଭାଇଙ୍କ ନାମରେ ୪ ମାମଲା ରୁଜୁ

ଯାଜପୁର: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଭାଇଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ବବିଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାମରେ ଯାଜପୁର ଟାଉନ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ବିରଜା ହାଟ ପ୍ରସଙ୍ଗକୁ ନେଇ ହଙ୍ଗାମା ପରେ ଭବ ପ୍ରସାଦ ଦାସଙ୍କ ନାଁରେ ୪ଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି। ରାସ୍ତାରୋକ ସହ ବିରଜା ହାଟରେ ବ୍ୟବସାୟୀଙ୍କୁ ଆକ୍ରମଣ ଅଭିଯୋଗ ଅନୁସାରେ ଏହି ମାମଲା ରୁଜୁ ହୋଇଛି। 

ଏହି ଖବର ପଢ଼ନ୍ତୁ: ବନ୍ଧା ହେଲେ ୧୦ ଅଭିଯୁକ୍ତ

ଯାଜପୁର ଟାଉନ୍‌ ଥାନା ପୁଲିସ ଭବ ପ୍ରସାଦ ଦାସଙ୍କ ସମେତ ଯାଜପୁର ପୌର ଉପାଧ୍ୟାକ୍ଷ ସନ୍ତୋଷ ମଲ୍ଲିକ ଓ କିଛି ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛି। ବିରଜା ହାଟରେ ବ୍ୟବସାୟୀଙ୍କୁ ଟଣାଓଟରା ନେଇ ତିନି ଜଣ ବ୍ୟବସାୟୀ ଥାନାରେ ଏତଲା ଦେଇଥିଲେ। ସେହିପରି ବିନା ଅନୁମତିରେ ରାସ୍ତାରୋକ ନେଇ ପୁଲିସ ନିଜ ଆଡୁ ଭବ ପ୍ରସାଦ ଦାସଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *