ସମ୍ବିଧାନ ଦିବସରେ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭର ମାନ୍ୟତା ଦାବି
ଭୁବନେଶ୍ଵର ୨୬–୧୧// ରାଷ୍ଟ୍ରୀୟ ପତ୍ରକାର ମହାସଂଘ,ନୂଆଦିଲ୍ଲୀଙ୍କ ଆହ୍ୱାନ କ୍ରମେ ଆଜି ରାଜ୍ୟ ମୁଖ୍ୟାଳୟଠାରେ ସମ୍ବିଧାନ ଦିବସ ପାଳନ ଅବସରରେ ମାଷ୍ଟର କ୍ୟାଟିନ ଛକ ନିକଟରେ ଗଣମାଧ୍ଯମକୁ ଚତୁର୍ଥ ସ୍ତମ୍ଭର ସାମଧାନିକ ମାନ୍ୟତା ଦାବିକୁ ନେଇ ଏକ ବିରାଟ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନକୁ ସମର୍ଥନ ଜଣାଇ ରାଜ୍ୟରେ ପଂଜୀକୃତ ହୋଇଥିବା ପ୍ରମୁଖ ଟ୍ରେଡ ୟୁନିଅନ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ, ଭାରତୀୟ ଗଣମାଧ୍ୟମ ପରିଷଦ, ଓଡିଶା ପତ୍ରକାର ମହାସଂଘ, ଓଡିଶା ଗଣମାଧ୍ଯମ ପରିଷଦ, ତଥା ଆଇଏସଏଫଏମଏନ, ଏନଏମସି, ଡିଜିଟାଲ ମିଡିଆ ମହାସଂଘ ସମେତ ଅନେକ ଗଣମାଧ୍ୟମ ଅନୁଷ୍ଠାନର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଗଣମାଧ୍ୟମ ପ୍ରତିନିଧ ଯୋଗଦାନ ପୂର୍ବକ ଆମର ଦାବି ପୁରଣ କରିବାକୁ ସ୍ୱର ଉତୋଳନ କରିଛନ୍ତି । କେବଳ ଭୁବନେଶ୍ଵର ନୁହେଁ ଦେଶର ଅଧିକାଂଶ ରାଜ୍ୟର ରାଜଧାନୀରେ ରାଷ୍ଟ୍ରୀୟ ପତ୍ରକାର ମହାସଂଘ ରାଜ୍ୟ ଶାଖା ସମୂହରୁ ଅନୁରୂପ ଅଭିଯାନ କରାଯାଇଅଛି । ରାଷ୍ଟ୍ରୀୟ ସଭାପତି ଡାଃ ପବିତ୍ର ମୋହନ ସାମନ୍ତରାୟ ଉକ୍ତ ଅଭିଯାନର ନେତୃତ୍ବ ନେଇ ଗଣମାଧ୍ୟମ କର୍ମୀମାନଙ୍କୁ ସମ୍ବୋଧନ କରି ପ୍ରକାଶ କରିଛନ୍ତି ଯେ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ଭାବରେ ସବୁଆଡେ ବ୍ୟାପକ ଚହଳ ମାତ୍ର କିନ୍ତୁ ଅନ୍ୟ ତିନଟି ସ୍ତମ୍ଭ ଭଳି ଗଣମାଧ୍ଯମକୁ କୌଣସି ସାମ୍ବିଧାନିକ ମର୍ଯ୍ୟାଦା ମିଳି ନବାରୁ ସମସ୍ତ ମୌଳିକ ସୁବିଧାରୁ ଦୀର୍ଘ ୭୫ ବର୍ଷ ଧରି ବଂଚିତ ଅଛନ୍ତି ଗଣମାଧ୍ଯମ କର୍ମୀମାନେ, ଏଣୁ ସାମ୍ବାଦିକମାନଙ୍କ ସମସ୍ତ ସମସ୍ୟାକୁ ନେଇ ଏହି ଫୋରମ କାର୍ଯ୍ୟ କରିବ । ଏକ ସ୍ମାରକ ପତ୍ର ମାଧ୍ୟମରେ କେନ୍ଦ୍ର ସରକାର ଏବଂ ମହାମହୀମ ରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଏହାର ତ୍ବରିତ ସମାଧାନ ନିମନ୍ତେ ପ୍ରୟାସ ଜାରି ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଏହି ସର୍ବସାଧାରଣ ଦସ୍ତଖତ ଅଭିଯାନରେ ରାଷ୍ଟ୍ରୀୟ ସଭାପତି-ପବିତ୍ର ମୋହନ ସାମନ୍ତରାୟ, ରଜନୀକାନ୍ତ ସାମନ୍ତରାୟ, ଉପାଧ୍ଯକ୍ଷ-ଆଇଏମସି, ସଂଜୟ ଦାସ, ସଭାପତି, ଓୟୁଡବ୍ଧି ଜେ, ପ୍ରସନ୍ନ ମହାନ୍ତି – ସାଧାରଣ ସମ୍ପାଦକ, ପ୍ରଦ୍ୟୁମ୍ନ ଦାଶ- କୋଷାଧ୍ୟକ୍ଷ,ପ୍ରସନ୍ନ ପୃଷ୍ଟି,ଅବିନାଶ ମିଶ୍ର- ସଭାପତି,ଓପ୍ତମ, ସଂଜୟ ପ୍ରଧାନ- ଓ ଏମସି, ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ସାହୁ, ପରମେଶ୍ଵର ଦାଶ- ସଭାପତି,କଳିଙ୍ଗ ମିଡିଆ ସଂଘ, ସୁବୋଧ କାନୁନଗୋ ପ୍ରମୁଖ ଯୋଗ ଦେଇଛନ୍ତି ବୋଲି ପ୍ରିୟବ୍ରତ ନାୟକ ସୂଚନା ପ୍ରଦାନ କରିଛନ୍ତି ।