ରାଜ୍ୟ

ଫେଙ୍ଗଲ୍’ଉପକୂଳ ମୁହାଁ: ୮୦କିମି ବେଗରେ ପବନ ସହ ପ୍ରବଳ ବର୍ଷା ପୂର୍ବାନୁମାନ

ନୂଆଦିଲ୍ଲୀ: ଦେଶର ପାଣିପାଗ ଦ୍ରୁତ ଗତିରେ ବଦଳୁଛି। ଅନେକ ରାଜ୍ୟରେ ଘନ କୁହୁଡ଼ି ସହିତ ଶୀତ ପହଞ୍ଚିଥିବା ବେଳେ କେତେକ ରାଜ୍ୟ ପାଇଁ ବାତ୍ୟା ନେଇ ସତର୍କ ସୂଚନା ଜାରି କରାଯାଇଛି। ବାତ୍ୟା ଯୋଗୁ ପ୍ରବଳ ପବନ ଅନେକ ଅଞ୍ଚଳରେ ବିପଦ ସୃଷ୍ଟି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ହୋଇଥିବା ବାତ୍ୟା ଘନୀଭୁତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏ ସମ୍ପର୍କରେ ଚେତାବନୀ ଦେଇଛି।

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଥିବା ଚାପ କ୍ଷେତ୍ର ଗଭୀର ଚାପରେ ପରିଣତ ହୋଇଛି। ନଭେମ୍ବର ୨୭ରେ ଏହା ଏକ ଘୂର୍ଣ୍ଣିବଳୟ ଝଡ଼ରେ ପରିଣତ ହେବ। ଏହି ସାଇକ୍ଲୋନିକ୍ ଝଡର ନାମ ‘ସାଇକ୍ଲୋନ୍ ଫେଙ୍ଗଲ୍’ ରଖାଯାଇଛି। ଆସନ୍ତା ୨ ଦିନ ମଧ୍ୟରେ ଏହା ଶ୍ରୀଲଙ୍କା ଉପକୂଳ ଦେଇ ତାମିଲନାଡୁ ଉପକୂଳ ଆଡକୁ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଉପକୂଳବର୍ତ୍ତୀ ରାଜ୍ୟଗୁଡିକରେ ପ୍ରବଳ ବର୍ଷା ହେବ। ନଭେମ୍ବର ୨୯ରୁ ପଶ୍ଚିମ ହିମାଳୟ ଅଞ୍ଚଳରେ ଏକ ନୂଆ ପାଶ୍ଚାତ୍ୟ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି।

Leave a Reply

Your email address will not be published. Required fields are marked *