ରାଜ୍ୟ

ୟୁନୁସ୍ ସରକାର-ଭାରତ ମୁହାଁମୁହିଁ: ଇସ୍କନ୍ ସନ୍ଥଙ୍କ ଗିରଫ ପରେ ତିକ୍ତତା ବୃଦ୍ଧି

ନୂଆଦିଲ୍ଲୀ: ବାଂଲାଦେଶରେ  ଇସ୍କନ୍ ସନ୍ଥ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯିବା ପରେ ଭାରତ ସମେତ ଅନେକ ଦେଶ ପକ୍ଷରୁ ବାଂଲାଦେଶକୁ ସମାଲୋଚନା କରାଯାଇଛି। ଏହି ଗିରଫ ମାମଲା ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ବଢୁଥିବା ଆକ୍ରମଣ ମଧ୍ୟରେ ଆସିଛି। ଚିନ୍ମୟ କୃଷ୍ଣ ଦାସ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧର ନେତୃତ୍ୱ ନେଉଥିଲେ।

ଅକ୍ଟୋବରରେ ଚଟଗାଁରେ ଏକ ରାଲିରେ ବାଂଲାଦେଶୀ ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗ ହୋଇଥିଲା। ଏହି ଗିରଫଦାରୀକୁ ନେଇ ଭାରତ ସରକାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ନିଶ୍ଚିତ କରିବାକୁ ବାଂଲାଦେଶ ସରକାରଙ୍କୁ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏହି ଘଟଣାର ଅପରାଧୀମାନେ ମୁକ୍ତ ଭାବରେ ବୁଲୁଛନ୍ତି ଏହା ଦୁର୍ଭାଗ୍ୟଜନକ। କିନ୍ତୁ ଶାନ୍ତିପୂର୍ଣ୍ଣ ବୈଠକ ମାଧ୍ୟମରେ ଆଇନଗତ ଦାବି ଉଠାଇଥିବା ଜଣେ ଧାର୍ମିକ ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କର ଘର ଓ ଦୋକାନରୁ ଲୁଟ୍ ହେବା ସହିତ ଚୋରି, ଭଙ୍ଗାରୁଜା ଏବଂ ଅପମାନ ଭଳି ଅନେକ ମାମଲା ରହିଛି। ଦେବତା ଏବଂ ମନ୍ଦିରକୁ ଅପବିତ୍ର କରିବା‌ ମାମଲା ଘଟିଛି।  ବିବୃତିରେ କୁହାଯାଇଛି, ଦୁର୍ଭାଗ୍ୟଜନକ ଯେ ଏହି ଘଟଣାର ଅପରାଧୀମାନେ ଏପର୍ଯ୍ୟନ୍ତ ମୁକ୍ତ ଭାବରେ ବୁଲୁଛନ୍ତି, କିନ୍ତୁ ଶାନ୍ତିପୂର୍ଣ୍ଣ ଭାବେ ଆଇନଗତ ଦାବି ଉଠାଇଥିବା ଜଣେ ଧାର୍ମିକ ନେତାଙ୍କ ବିରୋଧରେ ମାମଲା ଦାଏର କରାଯାଇଛି।  

Leave a Reply

Your email address will not be published. Required fields are marked *