ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦୀ; ଜନସଭାକୁ କରିବେ ସମ୍ବୋଧିତ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ପହଞ୍ଚିଛନ୍ତି। ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ମୋଦୀ ପହଞ୍ଚିଲା ପରେ ମୋଦୀଙ୍କୁ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝ, ଉପମୁଖ୍ୟମନ୍ତ୍ରୀ କନକ ବର୍ନ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ବିଧାୟକ (ଏକାମ୍ର) ବାବୁ ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ ଓ ଅଭିନନ୍ଦନ ଜଣାଇଛନ୍ତି।
ଏହି ଖବର ପଢ଼ନ୍ତୁ: ଦେଶର ସୁରକ୍ଷା ପାଇଁ ଭୁବନେଶ୍ବରରେ ଆଲୋଚନା ହେଉଛି ତିନି ଦିନ
ପ୍ରଧାନମନ୍ତ୍ରୀ ମୋଦୀ ଆଜି ବିମାନବନ୍ଦରରୁ ବାହାରିଲା ପରେ ହାତ ହଲାଇ ତାଙ୍କ ସମର୍ଥକମାନଙ୍କୁ ଅଭିବାଦନ ଜଣାଇଛନ୍ତି। ସେ ବିମାନବନ୍ଦର ନିକଟରେ ଏକ ଜନସଭାକୁ ସମ୍ବୋଧିତ କରିବେ। ଏହା ପରେ ସେଠାରୁ ରାଜଭବନକୁ ଯିବେ। ପରେ ସେ ଆଜି ସନ୍ଧ୍ୟା ୬ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସେଠାରେ ୨ ଘଣ୍ଟା ପର୍ଯ୍ୟନ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ମନ୍ତ୍ର ଦେବେ। ରାଜଭବନରେ ରାତ୍ରୀଯାପନ କରିବେ।