ରାଜ୍ୟ

ମୁଖ୍ୟମନ୍ତ୍ରୀ ବିଜେପିର ହେବେ, ଅଜିତ ପାଓ୍ବାରଙ୍କ ବଡ଼ ବୟାନ

ମୁମ୍ବାଇ: ମହାରାଷ୍ଟ୍ରରେ ମହାଯୁତିର ବିପୁଳ ବିଜୟକୁ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ସରକାର ଗଠନ ହୋଇପାରିନାହିଁ। ସେପଟେ ଏନସିପି ନେତା ଅଜିତ ପାୱାର ସରକାର ଗଠନକୁ ନେଇ ଚିତ୍ର ସ୍ପଷ୍ଟ କରିଛନ୍ତି । ସେ ସ୍ପଷ୍ଟ ଭାବରେ କହିଛନ୍ତି ବିଜେପିରୁ ହିଁ ମୁଖ୍ୟମନ୍ତ୍ରୀ ହେବେ ଓ ଶିବସେନା ଓ ଏନସିପିରୁ ଉପମୁଖ୍ୟମନ୍ତ୍ରୀ ରହିବେ ।

ସେ କହିଛନ୍ତି “ବୈଠକରେ (ମହାୟୁତି ନେତାଙ୍କ ଦିଲ୍ଲୀ ବୈଠକରେ) ନିଷ୍ପତ୍ତି ନିଆଯାଇଥିଲା ଯେ ମହାୟୁତି ବିଜେପି ମୁଖ୍ୟମନ୍ତ୍ରୀଙ୍କ ସହ ସରକାର ଗଠନ କରିବେ ଏବଂ ଅବଶିଷ୍ଟ ଦୁଇ ଦଳର ଉପମୁଖ୍ୟମନ୍ତ୍ରୀ ରହିବେ। ଏହା ପ୍ରଥମ ଥର ନୁହେଁ ଯେ ବିଳମ୍ବ ହୋଇଛି… ଯଦି ଆପଣଙ୍କୁ ମନେ ଥିବ, ୧୯୯୯ରେ ସରକାର ଗଠନ ପାଇଁ ଏକ ମାସ ସମୟ ଲାଗିଥିଲା।“ 
ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାମ ମହାୟୁତି ଏପର୍ଯ୍ୟନ୍ତ ଘୋଷଣା କରିନଥିବା ବେଳେ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖ ସାମ୍ନାକୁ ଆସିଛି। ଡିସେମ୍ବର ୫ରେ ମୁମ୍ବାଇର ଆଜାଦ ମୈଦାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମୋଟ ୧୬,୪୧୬ ଜଣ ବିଜେପି ବିଧାୟକ, ସାଂସଦ, ବିଭିନ୍ନ ସେଲର ଅଧ୍ୟକ୍ଷ, ମଣ୍ଡଳର ଅଧ୍ୟକ୍ଷମାନେ ଯୋଗଦେବେ।

Leave a Reply

Your email address will not be published. Required fields are marked *