ଓଡ଼ିଶାରେ ନକ୍ସଲ ସଂଗଠନର ନେତୃତ୍ବ ନେଉଛନ୍ତି ଆନ୍ଧ୍ର, ଛତିଶଗଡ଼ର କ୍ୟାଡର’
ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟ ସରକାର ୨୦୨୬ ସୁଦ୍ଧା ନକ୍ସଲମାନଙ୍କର ମୂଳପୋଛ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥି ପାଇଁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି। ନକ୍ସଲମାନେ ପୁଲିସ ନିକଟରେ ଭୟରେ ଆତ୍ମସମର୍ପଣ କରୁଛନ୍ତି। ଧୀରେଧୀରେ ନକ୍ସଲ ଗତିବିଧି ହ୍ରାସ ପାଇବାରେ ଲାଗିଛି। ସୁରକ୍ଷା ବ୍ୟବସ୍ଥା ମଜବୁତ ସାଙ୍ଗକୁ ବିକାଶ କାମ ଯୋଗୁଁ ନକ୍ସଲମାନେ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ତଥାପି ଏବେ ବି ମଝିରେ ମଝିରେ ନକ୍ସଲ ଗତିବିଧି ଜାରି ରହିଛି।
ଏହି ଖବର ପଢ଼ନ୍ତୁ: ୧୦ ନକ୍ସଲ ମୃତ, ମାଓ ସାମଗ୍ରୀ ଜବତ
ଓଡ଼ିଶାରେ ଏବେବି ୬୦ରୁ ୭୦ ଜଣ ନକ୍ସଲ ରହିଛନ୍ତି। ଏଥିରୁ ଓଡ଼ିଶା କ୍ୟାଡର ନକ୍ସଲ ସଂଖ୍ୟା ମାତ୍ର ୬ରୁ ୭ ଜଣ। ବାକି ସବୁ କ୍ୟାଡର ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର ଅଛନ୍ତି। ଓଡ଼ିଶାରେ ସଂଗଠନର ନେତୃତ୍ବ ନେଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର ନକ୍ସଲ। ଦେଶରେ ୩୮ ନକ୍ସଲ ପ୍ରଭାବିତ ଜିଲ୍ଲା ରହିଛି। ଏଥିରୁ ମାଲକାନଗିରି, କୋରାପୁଟ, କନ୍ଧମାଳ ସମେତ ଓଡ଼ିଶାରେ ୭ଟି ଜିଲ୍ଲା ସାମିଲ ରହିଛି। ବିଏସ୍ଏଫ୍ ଆଇଜି ଚାରୁଧ୍ବଜ ଅଗ୍ରୱାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।