ରାଜ୍ୟ

ଏଟିଏମ୍ ଲୁଟ୍ ଘଟଣା: ଦଣ୍ଡାଦେଶ ଶୁଣି କୋର୍ଟରୁ ଚମ୍ପଟ ମାରିଲେ ୨ ଲୁଟେରା

ବହୁ ଚର୍ଚ୍ଚିତ ନବରଙ୍ଗପୁର ଏଟିଏମ୍ ଲୁଟ୍ ଘଟଣାରେ ୫ ଜଣ ଲୁଟେରାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ବିଚାରପତି ଶୁଣାଇଲେ। ତେବେ ଦଣ୍ଡାଦେଶ ଶୁଣି କୋର୍ଟରୁ ୨ ଲୁଟେରା ଚମ୍ପଟ ମାରିଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତନାଘନା ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ ଗତ ଜାନୁୟାରୀ ୩୧ରେ ବିଳମ୍ବିତ ରାତିରେ  ସଦର ବ୍ଲକ କାର୍ଯ୍ୟାଳୟ ନିକଟ ଥିବା ଏସବିଆଇ ଏଟିଏମ୍‌ରୁ ଟଙ୍କା ଲୁଟ୍ ଓ ପୋଡ଼ିଦେବା ଘଟଣାରେ ନବରଙ୍ଗପୁର ଥାନାରେ କେସ ନମ୍ବର ୬୦/୨୦୨୪ ଏକ ମାମଲା  ରୁଜୁ ହୋଇଥିଲା । ପରେ ପୁଲିସ ୫ ଜଣ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଡାବୁଗାଁ ଜଙ୍ଗଲରୁ କାବୁ କରିବା ସହ ଗିରଫ  କରି କୋର୍ଟ ଚାଲାଣ କରିଥିଲା।  ଏହି ମାମଲା କୋର୍ଟ କେସ ନମ୍ବର ୪୧/୨୦୨୪ ବିଚାରାଧୀନ ରହିଥିଲା।  

ଏଟିଏମ୍‌ରୁ ଲୁଟ ଘଟଣାରେ ବିହାର ପିରାରୀ ଗାଁର  ନିଖିଳ କୁମାର (୩୨), ହରିୟାଣା ପଞ୍ଚଗାଁର  ସକିଲ ଖାନ (୨୧), ହରିୟାଣା ଶିଖରପୁରର ଜହୁଲ ଖାନ(୨୭), ପଞ୍ଚାଗାଁର ସାହାରୁଖ ଖାନ(୨୭) ଓ ହରିୟାଣା ଶିଖରପୁରର ଫୋଜି ଖାନ ଓରଫ ଫାଜଲ ଦୋଷୀ ସାବ୍ୟସ୍ତ ହୋଇଥିଲେ।  

୨୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ମୁଖ୍ୟ ବିଚାର ବିଭାଗୀୟ ବିଚାରପତି  ତଥା ସହକାରୀ ଦୌରା ଜଜ  ସୀମା ତ୍ରିପାଠୀ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ଥ କରି ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨ ହଜାର ଟଙ୍କା ଲେଖାଏଁ ଜରିମାନା ଶୁଣାଇଥିଲେ । ଜରିମାନା ଅନାଦେୟ ୪ ମାସ ଅଧିକ କାରାଦଣ୍ଡ ଭୋଗିବେ ବୋଲି ରାୟ ପ୍ରକାଶ କରିଥିଲେ। ଏହି ମାମଲାକୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ମିନ କେତନ ପୂଜାରୀ ପରିଚାଳନା କରୁଥିଲେ ।

ତେବେ ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ସକିଲ ଖାନ ଓ ସାହାରୁଖ ଖାନ ଜାମିନରେ ଥିଲେ। 

Leave a Reply

Your email address will not be published. Required fields are marked *