ଅନୁପ୍ରବେଶ ରୋକିବାରେ ନୌସେନା ପ୍ରଶଂସନୀୟ ଭୂମିକା ତୁଲାଉଛି: ରାଷ୍ଟ୍ରପତି
ଭୁବନେଶ୍ବର: ଦେଶର ସୁରକ୍ଷା ପାଇଁ ନୌସେନାର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ସନ୍ଧ୍ୟାରେ କହିଛନ୍ତି। ପୁରୀସ୍ଥିତ ବ୍ଲୁ ଫ୍ଲାଗ୍ ବିଚ୍ରେ ଆୟୋଜିତ ନୌସେନା ଦିବସ ଅବସରରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ସମୁଦ୍ର ଭିତରେ ଶତ୍ରୁଙ୍କୁ ଭାରତୀୟ ନୌବୀରମାନେ ପ୍ରତିରୋଧ କରିପାରୁଛନ୍ତି। ଜଳପଥରେ ଅନୁପ୍ରବେଶ ରୋକିବାରେ ନୌସେନା ପ୍ରଶଂସନୀୟ କାମ କରୁଛି। ୧୯୭୧ ଯୁଦ୍ଧ ବେଳେ ନୌସେନା ଯେଉଁ ଶକ୍ତି ଦେଖାଇଥିଲା, ତାହା ସବୁବେଳେ ମନେ ରହିବ। ନୌସେନାର କର୍ତ୍ତବ୍ୟକୁ ନେଇ ଭାରତୀୟମାନେ ଗର୍ବ ଅନୁଭବ କରନ୍ତି। ନୌସେନା ମୁଖ୍ୟ କହିଥିଲେ, ଆମେ ସମୁଦ୍ର ଭିତରେ କ’ଣ କରିପାରିବୁ ତାହା ଏଠାରେ ପ୍ରଦର୍ଶନ କରିଛୁ। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ନୌସେନାର ଭୂମିକା ଅତୁଳନୀୟ ଥିଲା। ଉଭୟ ଆରବ ସାଗର ଓ ବଙ୍ଗୋପସାଗରରେ ନୌସେନା ତା’ର ଶକ୍ତି ଦେଖାଇଥିଲା। ନୌବୀରମାନେ ପାକିସ୍ତାନ ସେନା ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ। ସମୁଦ୍ର ଭିତରେ ନୌବୀରମାନେ ଯାହା କରନ୍ତି, ଏହାରି ଉପରେ ଆଜି ସୁନ୍ଦର ଭାବରେ ପ୍ରଦର୍ଶିତ ହେଉଛି।