ଆସାମ ପରି ଓଡ଼ିଶାରେ ମଧ୍ୟ ଗୋ ହତ୍ୟା ବନ୍ଦ ପାଇଁ କଡ଼ା ଆଇନ ଆସିବ: ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟ ସରକାର ଗୋବଂଶ ବୃଦ୍ଧି ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଗୋବଂଶ ବୃଦ୍ଧି ସହିତ ଗୋପାଳକଙ୍କର ଉନ୍ନତି ପାଇଁ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ଏଥିରେ କାମଧେନୁ ଯୋଜନା ମଧ୍ୟ ସାମିଲ ରହିଛି। ସରକାର ଏବେ ଗୋବଂଶ ବୃଦ୍ଧି ସହିତ ଏମାନଙ୍କର ସୁରକ୍ଷା ପାଇଁ ପଦକ୍ଷେପ ନେଇଥିବା ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ଆଇନ୍ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଓଡ଼ିଶାରେ ଗୋ ହତ୍ୟା ବନ୍ଦ ହେବ। ଆସାମ ପରି ଓଡ଼ିଶାରେ ମଧ୍ୟ ଗୋ ହତ୍ୟା ବନ୍ଦ ପାଇଁ କଡ଼ା ଆଇନ ଆସିବ। ରାଜ୍ୟ ସରକାର ଖୁବ ଶୀଘ୍ର ଆଇନ ସହ ବିଲ୍ ଆଣିବାକୁ ବିଚାର କରୁଛନ୍ତି। ଗୋ ଚାଲାଣ ଓ ଗୋ ହତ୍ୟା ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ଅଛି। ଚଳିତ ବିଧାନସଭା ଅଧିବେଶନରେ କିଛି ପ୍ରାଇଭେଟ୍ ବିଲ ଆସିବାକୁ ଯାଉଛି। ଏଥିରେ ଗୋ ହତ୍ୟା ନେଇ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିପାରେ