ଜନ୍ମମାଟିରେ ମହିଳାଙ୍କ ସହ ନାଚିଲେ ରାଷ୍ଟ୍ରପତି
ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଭାବପ୍ରବଣ ହୋଇ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ନିଜ ଜନ୍ମସ୍ଥାନ ଉପରବେଡା ଗ୍ରାମ ପରିଦର୍ଶନ କରିବା ସମୟରେ ମହିଳାଙ୍କ ସହ ନାଚିଛନ୍ତି। ମହିଳାଙ୍କ ପାରମ୍ପରିକ ସାନ୍ତାଳୀ ନୃତ୍ୟ ଦେଖି ସେ ନିଜକୁ ରୋକି ପାରି ନ ଥିଲେ।
ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ମୁର୍ମୁ ଉପରବେଡା ଗ୍ରାମକୁ ଯାଇଛନ୍ତି। ରାଷ୍ଟ୍ରପତି ସେଠାରେ ଏକ ସାନ୍ତାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୨୫ ଜୁଲାଇ ୨୦୨୨ରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଗ୍ରହଣ କରିବା ପରେ ସେ ପ୍ରଥମ ଥର ପାଇଁ ତାଙ୍କ ପୈତୃକ ଘର ପରିଦର୍ଶନ କରିବାକୁ ଯାଇଛନ୍ତି।
ରଙ୍ଗବେରଙ୍ଗ ଆଲୋକ ଏବଂ ରଙ୍ଗୋଲିରେ ସଜାଯାଇଥିବା ଉପରବେଡା ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ଧରଣର ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସତେ ଯେପରି ସ୍ଥାନୀୟ ଲୋକମାନେ କିଛି ଉତ୍ସବ ପାଳନ କରୁଛନ୍ତି। ଏପରିକି ଗ୍ରାମବାସୀମାନେ ତାଙ୍କ ଘରକୁ ନୂତନ ରଙ୍ଗରେ ରଙ୍ଗ କରିଥିଲେ ଏବଂ ତାଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ପ୍ରକାରର ସ୍ଥାନୀୟ ଖାଦ୍ୟ ପ୍ରସ୍ତୁତ କରିଥିଲେ।ଘରେ ପହଞ୍ଚିବା ପରେ ରାଷ୍ଟ୍ରପତି ଦେଖିଲେ ଯେ ପାରମ୍ପାରିକ ପୋଷାକ ପିନ୍ଧିଥିବା ସାନ୍ତାଳୀ ମହିଳା ଦଳ ଗୀତର ତାଳେତାଳେ ନାଚୁଛନ୍ତି। ରାଷ୍ଟ୍ରପତି ସେସବୁ ଦେଇ ଏତେ ଭାବପ୍ରବଣ ହୋଇଗଲେ ଯେ ସେ ସେମାନଙ୍କ ସହ ନାଚିବାକୁ ଆରମ୍ଭ କରିଥିଲେ। ସତେ ଯେପରି ସେ ସେମାନଙ୍କ ମଧ୍ୟରୁ ସାଧାରଣ ମହିଳା। ଏହା ଉପସ୍ଥିତ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।