କୋରକୋଣ୍ଡାରେ ବୃଦ୍ଧାଙ୍କୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ: ପୁଲିସ
କୋରକୋଣ୍ଡା ଠାରେ ଗତ ୫ ତାରିଖ ଦିନ ଜଣେ ବୃଦ୍ଧାଙ୍କ ଶବ ପଞ୍ଚାୟତ ଷ୍ଟୋର ରୁମ ପାଖରେ ମିଳିଥିଲା। ଏନେଇ କୋରକୋଣ୍ଡା ପୁଲିସ ଘଟଣାର ତଦନ୍ତ କରୁଥିଲା। ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ସଂଦେହ ଘନୁଭୂତ ହୋଇଥିଲା। ପରେ ପୁଲିସ ସ୍ଥାନୀୟ ଦୁଇ ଯୁବକଙ୍କୁ ଜେରା କରିବା ପରେ ଘଟଣାର ପର୍ଦାଫାସ ହୋଇଥିଲା।ତେବେ ଗୁରୁବାରୀର ମୃତ ଦେହ ୫ ତାରିଖ ଦିନ ସକାଳୁ ପଞ୍ଚାୟତ ଷ୍ଟୋର ରୁମ ନିକଟରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ତଦନ୍ତରେ ଜାଣିପାରିଥିଲା ଯେ ଗତ ୪ ତାରିଖ ରାତିରେ ଖଇରପୁଟ ବ୍ଲକରେ ମାଲ୍ୟବନ୍ତ ମହୋତ୍ସବ ଚାଲିଥିଲା। କୋରକୋଣ୍ଡାର କମଳୁ ନାଗ(୩୮) ଏବଂ ନିକଟସ୍ଥ ଗ୍ରାମ ଖିଲଗୁଡାର ରାକେଶ ଢାଲି(୩୦) ମାଲ୍ୟବନ୍ତ ଉତ୍ସବ ଦେଖିବା ପରେ କୋରକୋଣ୍ଡାରେ ପହଞ୍ଚିଥିଲେ। ତେବେ ଏମାନଙ୍କ ମଧ୍ୟରୁ ଜଣେ ଗୁରୁବାରିର ଫୋନ ନମ୍ବରରେ ସବୁବେଳେ କଥା ହେଉଥିଲା। ରାତିରେ ଏମାନେ ପମ୍ପ ହାଉସ ନିକଟକୁ ଡାକିଲେ। ବଳପୂର୍ବକ ଗୁରୁବାରିକୁ ଦୁଇ ଜଣ ଅଭିଯୁକ୍ତ ଗଣ ଦୁଷ୍କର୍ମ କରିଥିଲେ। ଗୁରୁବାରି ପାଟି କରିବାରୁ ତାର ପାଟିକୁ ଜାବୁଡି ଧରିଥିଲେ। ତେବେ ଜୋରରେ ଜାବୁଡି ଧରିବା ପରେ ତାର ମୃତ୍ୟୁ ହୋଇଯାଇଥିଲା। ଦୁହେଁ ଶବକୁ ପୁଣି ପଞ୍ଚାୟତ ଷ୍ଟୋର ରୁମ ନିକଟରେ ଫୋପାଡି ଦେଇଥିଲେ