ରାଜ୍ୟ

ସିରିଆ ତୈଳଭଣ୍ଡାର ପାଇଁ ନୂଆ ଯୁଦ୍ଧ: ମରୁଭୂମିକୁ ଦଖଲ କଲେ ବିଦ୍ରୋହୀ

ଦାମାସକସ: ବଶର ଅଲ-ଅସଦ ସିରିଆରୁ ରୁଷିଆକୁ ପଳାୟନ କରିବା  ପରେ, ହାୟାତ୍ ଅଲ୍ ଶ୍ୟାମ(ଏଚଟିଏସ ) ବିଦ୍ରୋହୀମାନେ ଦେଶର ଅଧିକାଂଶ ଅଂଶ ଦଖଲ କରିଛନ୍ତି। ତୁର୍କୀ ସମର୍ଥିତ ହାୟାତ୍ ଅଲ-ଶ୍ୟାମ ବିଦ୍ରୋହୀମାନେ ବର୍ତ୍ତମାନ ସେହି ଅଞ୍ଚଳକୁ କବଜା କରିବାରେ ବ୍ୟସ୍ତ ଅଛନ୍ତି ଯେଉଁଠାରେ ଅସଦ ‌ସୈନ୍ୟବାହିନୀର ମଧ୍ୟ ନିୟନ୍ତ୍ରଣ ନ ଥିଲା। ଏହି କ୍ଷେତ୍ରଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଡେଇର ଇଜୋର ଯାହା ଦେଶର ପୂର୍ବ ଅଞ୍ଚଳରେ ଅବସ୍ଥିତ।

ଏଚଟିଏସ  ସିନିୟର କମାଣ୍ଡର ହାସନ ଅବଦୁଲ ଘାନି ଦାବି କରିଛନ୍ତି ଯେ, ତାଙ୍କ ସୈନ୍ୟବାହିନୀ ଡେଇର ଇଜୋର ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ କବ୍‌ଜା କରିଛନ୍ତି। ସେ କହିଛନ୍ତି, ଖୁବ ଶୀଘ୍ର ସହରର ଅନ୍ୟ ଅଞ୍ଚଳରେ  ଏଚଟିଏସ  ନିଜର  ସ୍ଥିତିକୁ ମଜବୁତ କରିବ।  ଯାହାଦ୍ୱାରା ସୁରକ୍ଷାକୁ ମଜବୁତ କରାଯାଇପାରିବ। ସେ କହିଛନ୍ତି ଯେ, ଡେଇର ଏଜୋର ନିକଟରେ ଅବସ୍ଥିତ ରଣନୀତିଗତ ଗୁରୁତ୍ୱପୂର୍ଣ୍ଣ ସହର ବୋଉକମାଲ ମଧ୍ୟ ବିଦ୍ରୋହୀମାନଙ୍କ ଦ୍ୱାରା ଦଖଲ ହୋଇଛି।  ଏଚଟିଏସ ସଦସ୍ୟମାନେ  ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ‘ଆମେ ରାକ୍କା ଏବଂ ହାସାକା ଏବଂ ପୂର୍ବ ସିରିଆର ଅନ୍ୟାନ୍ୟ ଅଞ୍ଚଳ ଆଡକୁ ଯିବୁ।

ଆମେରିକାର ସେନା ଦ୍ବାରା ସମର୍ଥିତ ସିରିଆର ଡେମୋକ୍ରାଟ୍ ଫୋର୍ସ ଅଫ୍ କୁର୍ଦ୍ଦ( ଏସଡିଏଫ୍)ମାନେ ଏହି ସହର ଉପରେ କିଛି ଦିନ ପାଇଁ ନିଜର ନିୟନ୍ତ୍ରଣ ବଜାୟ ରଖିବାରେ ସକ୍ଷମ ହୋଇଥିଲେ।  ଏସଡିଏଫ୍ କହିଛି ଯେ ଏହା ଡେଇର ଇଜୋର ଏବଂ ଫରାତ୍ ନଦୀର ପଶ୍ଚିମ ଦିଗରେ ନିୟୋଜିତ କରିଛି। ସେମାନେ ସିରିଆ ସରକାରୀ ସେନାକୁ ସ୍ଥାନାନ୍ତର କରିଛନ୍ତି। ସିରିଆର ଏହି ମରୁଭୂମି ଅଞ୍ଚଳକୁ କାବୁ କରିବା ପାଇଁ ଏଚଟିଏସ ଏବଂ  ଏସଡିଏଫ୍  ମଧ୍ୟରେ ଏହି ଯୁଦ୍ଧ ପଛରେ ସବୁଠାରୁ ବଡ କାରଣ ହେଉଛି ତୈଳ ଭଣ୍ଡାର। ବର୍ତ୍ତମାନ ଏଚଟିଏସ ବିଦ୍ରୋହୀମାନଙ୍କ ଦ୍ୱାରା କବଜା ହୋଇଥିବା ଅଞ୍ଚଳରେ ଅଲ୍ ତାୟାମ ତେଲ କ୍ଷେତ୍ର ଅଛି, ଯାହା ପ୍ରତିଦିନ୫୦୦୦ ବ୍ୟାରେଲ ତେଲ ଉତ୍ପାଦନ କରିଥାଏ।

Leave a Reply

Your email address will not be published. Required fields are marked *