ରାଜ୍ୟ

ସରକାରୀ ଚାକିରି ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବିଭିନ୍ନ ବିଭାଗରେ ନୂଆ କରି ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି କହିଛନ୍ତି, ସରକାରୀ ଚାକିରୀକୁ ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ। ସ୍ୱଛତା ସହ କାମ କରନ୍ତୁ। ଆଜି ଆମ ସମସ୍ତଙ୍କ ପାଇଁ ଖୁସିର ଦିନ, ନିଯୁକ୍ତି ସମାହାର ଆୟୋଜନ କରାଯାଇଛି। ଏହି ଅବସରରେ ମଞ୍ଚରେ ଉପସ୍ଥିତ ଥିବା ସରକାରଙ୍କ ମନ୍ତ୍ରୀ ଓ ସଚିବଙ୍କ ସମେତ ନବ ନିଯୁକ୍ତ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଉଛି।

ଆପଣମାନଙ୍କ ଜୀବନ ଏହା ଏକ ନୂଆ ଅଧ୍ୟାୟ। ଆଜି ଠାରୁ ଓଡ଼ିଶା ଲୋକଙ୍କ ସେବାର ସୁଯୋଗ ପାଇଲେ। ଏପରି ସୁଯୋଗ କମ ଲୋକଙ୍କୁ ମିଳେ। ଆଜିର ଏହି ନିଯୁକ୍ତି ମେଳା ନୂଆ ସରକାରଙ୍କ ଷଷ୍ଠ ମେଳା। ଏହା ଅପୂର୍ବ ସଂଯୋଗ ଆଣିଛି କାରଣ ଆମ ସରକାର ଗତକାଲି ଛ ମାସ ପୂରଣ କରିଛି।

ଏହି ନିଯୁକ୍ତି ମେଳାରେ ୩୭୬ଜଣ ନିଯୁକ୍ତି ପତ୍ର ପାଇଲେ। ଏହା ନିଶ୍ଚିତ ଭାବେ ଜୀବନର ଅଭୁଲା ସ୍ମୃତି। ଆମ ସରକାର ଏହି ସୁଯୋଗ ଆପଣମାନଙ୍କୁ ଦେଇଛି। ଗତ ୨୪ ବର୍ଷରେ କି ୧୦ ବର୍ଷ ଭିତରେ ଏହା ହୋଇ ପାରିଥାନ୍ତା। କାହିଁକି ହେଲାନି? ଆପଣ ପରିଶ୍ରମ କରି ସ୍ବପ୍ନ ଦେଖିଲେ। 

Leave a Reply

Your email address will not be published. Required fields are marked *