ସିଟିଜନ୍ସ ହ୍ୟୁମାନ ରାଇଟସ୍ କ୍ଲିନିକ୍ ( ସି ଏଚ୍ ଆର୍ ସି ) ର ଆନ୍ତର୍ଜାତିକ ମାନବିକ ଅଧିକାର ଦିବସ ପାଳନ । ଭୁବନେଶ୍ୱର ତା.
ଭୁବେଶ୍ବର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ବୁଲନ ଭାଇ ସେବା କେନ୍ଦ୍ର ଠାରେ ସିଟିଜନସ୍ ହ୍ୟୁମାନ ରାଇଟ୍ସ୍ କ୍ଲିନିକ୍,ଓ ସାବିତ୍ରୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ଏବଂ ଜେହୋଭା ଗ୍ରୁପ ସହଯୋଗରେ ରେ ଡିସେମ୍ବର ୧୦ ତାରିଖ ରେ ଆର୍ନ୍ତଜାତୀକ ମାନବିକ ଅଧିକାର ଦିବସ ପାଳିତ ହୋଇ ଯାଇଛି ! ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଯଥା ପୁରୀ ,ବ୍ରହ୍ମପୁର , ବାଲେଶ୍ଵର ,କଟକ ,ଭୁବନେଶ୍ୱର ଇତ୍ୟାଦି ସ୍ଥାନରୁ ମାନବିକ ସୁରକ୍ଷା ସଂଗ୍ରାମୀ ଓ ସାମାଜିକ କର୍ମୀ ଏବଂ ଅନେକ ବୁଦ୍ଧିଜୀବି ଅଂଶ ଗ୍ରହଣ କରିଥିଲେ! ଏହି ଉପଲକ୍ଷେ ଆୟୋଜିତ ଆଲୋଚନା ଚକ୍ରରେ ଋଷିକେଶ ଓ ଉତ୍ତର କାଶୀ ବିଶ୍ଵାମିତ୍ର ଗୁରୁକୂଳ ଆଶ୍ରମର ସଂସ୍ଥାପକ ଅଧକ୍ଷ ତଥା ବିଶ୍ବପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ଆନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ବହୁମୁଖି ପ୍ରତିଭାର ଅଧିକାରୀ , ଯୋଗ ଗୁରୁ , ଓ ସମାଜ ସଂସ୍କାରକ ତଥା ସମ୍ବାଦ ସରବରାହ ସଂସ୍ଥା ର ତାରକା / ମିଡିଆ ମୁଗଲ ଡକ୍ଟର ପବିତ୍ର ମୋହନ ସାମନ୍ତରାୟ ମୁଖ୍ୟ ବକ୍ତା ଓ କଟକ ନେତାଜୀ ସୁବାସ ସ୍ମାରକୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପିକା ଅନନ୍ୟା ଅସ୍ମିତା ସମ୍ମାନିତ ସ୍ଵତନ୍ତ୍ର ଅତିଥି ( special guest ) ବକ୍ତା ଭାବେ ଅଂଶ ଗ୍ରହଣ କରିଥିଲେ ! ମୁଖ୍ୟ ଅତିଥି ସ୍ବାମୀ ଆନନ୍ଦ ସରସ୍ୱତୀ ଏହି ଉପଲକ୍ଷେ ନିର୍ଦ୍ଧାରିତ ଆଲୋଚନାର ବିଷୟ ବସ୍ତୁ , “ଆମର ଅଧିକାର , ଆମର ଭବିଷ୍ୟତ ଏବଂ ବର୍ତ୍ତମାନ ର ଅଧିକାର ” ( our Rights,Our Future , Right Now ) ଉପରେ ଆଲୋକପାତ କରି କହିଥିଲେ ଯେତେବେଳେ ଆଇନ ମାନୁଥିବା ନାଗରିକ ମାନେ ସେମାନଙ୍କର ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରୁଥିବେ ,ସେତେବେଳେ ମାନବିକ ଅଧିକାର ସୁରକ୍ଷିତ ରହିବ ଓ ଏହାର ଲଂଘନ୍ ହେବ ନାହିଁ ! ମୁଖ୍ୟ ବକ୍ତା ଡକ୍ଟର ସାମନ୍ତରାୟ ମାନବିକ ଅଧିକାର କୁ ବାସ୍ତବ କରିବା ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥା କୁ ସୁଦୃଢ କରିବା ସହ ଓ ଆଇନ ର ଶାସନ ର ଗୁରୁତ୍ଵ ସମର୍କରେ ଆଲୋକପାତ କରିଥିଲେ ! ନାଗରିକ ମାନଙ୍କର ସୂଚନା ଅଧିକାର ମାନବିକ ଅଧିକାର କୁ ମଜବୁତ୍ କରୁଛି ବୋଲି କହିବା ସହ ବିଭିନ୍ନ ଦେଶରେ ସତ୍ୟ ପରିବେଷଣ କରୁଥିବା ସାମ୍ବାଦିକ ମାନେ କିପରି ସରକାରୀ ଓ ବେସରକାରୀ ନିର୍ଯାତନାର ଶିକାର ହେଉଛନ୍ତି ତାହାର ଦୃଷ୍ଟି ଆକର୍ଷଣ କରିଥିଲେ ! ସମ୍ମାନିତ ବିଶେଷ ବକ୍ତା ଅଧ୍ୟାପିକା ଅନ୍ୟାନ୍ୟ ଅସ୍ମିତା ସାର୍ବଜନୀନ ( Universal ) ମାନବିକ ଅଧିକାର ଘୋଷଣାନାମା ର ପୃଷ୍ଟଭୂମି ,ଯଥା ଭୟାଭୟ ଦ୍ୱିତୀୟ ବିଶ୍ୱଯୁଧ୍ୟ ଓ ନାଜିବାଦି ଫାସୀବାଦି ସରକାର ଙ୍କ ଅବର୍ଣ୍ଣନୀୟ , ଅକଥନୀୟ ଓ ଅମାନବୀୟ ନାରକୀୟ କାଣ୍ଡ ସମ୍ପର୍କରେ ସୂଚନା ଦେବା ସହ ମାନବିକ ଅଧିକାର ର ସଂଜ୍ଞା କିପରି ସମୟରୁ ସମୟ ବ୍ୟାପକ ହେବା ଲାଗିଛି ତାହା ବୁଝାଇଥିଲେ ଓ ସାଂପ୍ରତିକ ପରିପ୍ରେକ୍ଷୀରେ ମାନବିକ ଅଧିକାର ପ୍ରତି ଥିବା ଆହ୍ବାନ ମଧ୍ୟରେ ପରିବେଶ ପ୍ରତି ସୃଷ୍ଟି ହୋଇଥିବା ବିପଦ ର ଗୁରୁତ୍ଵ ବୁଝାଇଥିଲେ । ସୁସ୍ଥ ପରିବେଶ ସମସ୍ତଙ୍କର ଅଧିକାର ଓ ସେଥିପାଇଁ ସେଥିପାଇଁ ସରକାର ଙ୍କ ସହ ନାଗରିକ ଓ ଜନସମୁଦାୟର ଗୁରୁ ଦାୟିତ୍ବ ଅଛି ବୋଲି ସେ କହିଥିଲେ ।ଅନ୍ୟ ଯେଉଁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ସେମାନଙ୍କ ମତ ଉପସ୍ଥାପନ କରିଥିଲେ ସେମାନେ ହେଲେ , ନୃସିଂଙ୍ଗ ନାଥ ନନ୍ଦ , ପ୍ରଫେସର୍ ଜୟକୃଷ୍ଣ ମହନ୍ତ , ଡକ୍ଟର ପରେଶ୍ ଚନ୍ଦ୍ର ମହାନ୍ତି , ଆଡଭୋକେଟ ପ୍ରତାପ କେଶରୀ ଦାସ , ଏବଂ ଲେଖିକା ରଶ୍ମି ରାଉଳ । ଏଥିରେ ଅନ୍ୟ ପ୍ରମୁଖ ବ୍ୟକ୍ତି ଯଥା ପ୍ରଫେସର୍ ନିରଞ୍ଜନ ବାରିକ୍, ବିଶ୍ୱକେଶନ୍ ବେହେରା , ରାମନାରାୟଣ ପାତ୍ର, ବନଶ୍ରୀ ମହାପାତ୍ର , ଭବାନୀ ମଲ୍ଲିକ, ମଧୁସ୍ମିତା ଚୌଧୁରୀ , ଡକ୍ଟର କମଳିନୀ ପାଣିଗ୍ରାହୀ , ଶ୍ରୀ ଭାସ୍କର ସେଠୀ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ ! ସି .ଏଚ୍.ଆର୍. ସି . ତରଫରୁ ପରିଶେଷରେ ସ୍ୱନାମଧନ୍ୟ ସାମ୍ବାଦିକ ଓ ପ୍ରାକ୍ତନ ପ୍ରେସ କାଉନସିଲ ଅଫ ଇଣ୍ଡିଆ ର ସଦସ୍ୟ ଶ୍ରୀରାମ ଦାସ , ଶରତ ଚନ୍ଦ୍ର ବେହେରା , ନ୍ୟୁଟ୍ରିସନଷ୍ଟି ସୁଲଗ୍ନା ସୁଚରିତା , ସି ଗରିମା ଶର୍ମା , ବନାନୀ ସ୍ୱାଇଁ , ନୃସିଙ୍ଘନାଥ ନନ୍ଦ , ଆଶୁତୋଷ ଚକ୍ର , ପୀୟୂଷ କୁମାର ଦଳେଇ , ଏବଂ ସନୁକ୍ତା ମହଲ ପ୍ରଭ୍ରୁତିଙ୍କୁ କଳା ,ସାମ୍ବାଦିକତା , ସମାଜ ସେବା ଆଦି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ ଅବଦାନ ପାଇଁ ସ୍ମାରକୀ ପ୍ରଦାନ କରାଯାଇ ସମ୍ମାନିତ କରାଯାଇ ଥିଲା !