ରାଜ୍ୟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ଓ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ

ଗୋଲାମୁଣ୍ଡା : :-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଖେଳପଡିଆଠାରେ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ  ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୨୧୦୧ କୋଟି ଟଙ୍କାର ୨୦୬ ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେଗୁଡିକ ହେଲା ରାସ୍ତା ଓ ସେତୁ ନିର୍ମାଣ ର ୧୭ ଟି ପ୍ରକଳ୍ପରେ ୪୦୫ କୋଟି ୫୮ ଲକ୍ଷ ଟଙ୍କା, ଶିକ୍ଷା ବିକାଶରେ ୧୯ ଟି ପ୍ରକଳ୍ପରେ ୪୩ କୋଟି ୨୪ ଲକ୍ଷ ଟଙ୍କା, ଜଳ ସମ୍ପଦ ବିକାଶରେ ୨୧ ଟି ପ୍ରକଳ୍ପରେ ୩୦ କୋଟି ୨ ଲକ୍ଷ ଟଙ୍କା, ୧୪ ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ୨୬ କୋଟି ୭୮ ଲକ୍ଷ ଟଙ୍କା, ମିଶନ ଶକ୍ତି ଭବନ ନିର୍ମାଣ ୮ ଟି ପ୍ରକଳ୍ପରେ ୪ କୋଟି ୬୪ ଲକ୍ଷ ଟଙ୍କା, କୋଠାବାଡ଼ି ନିର୍ମାଣ ୯ଟି ପ୍ରକଳ୍ପରେ ୧୦ କୋଟି ୪୨ ଲକ୍ଷ ଟଙ୍କା , ସ୍ବାସ୍ଥ୍ୟ ସେବା ୧ ଟି ପ୍ରକଳ୍ପରେ ୧ କୋଟି ୩୦ ଲକ୍ଷ ଟଙ୍କା, ପର୍ଯଟନ ନିର୍ମାଣ ୨ଟି ପ୍ରକଳ୍ପରେ ୧ କୋଟି ୫୯ ଲକ୍ଷ ଟଙ୍କା, ବସଷ୍ଟାଣ୍ଡ ନିର୍ମାଣ ୨ ଟି ପ୍ରକଳ୍ପରେ ୩ କୋଟି ୮୩ ଲକ୍ଷ ଟଙ୍କା ଉଦଘାଟନରେ ମୋଟ୯୩ ଟି ପ୍ରକଳ୍ପରେ ୫୨୭ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ସେହିପରି ଭିତ୍ତି ପ୍ରସ୍ତର ସ୍ଥାପନ କ୍ଷେତ୍ରରେ ରାସ୍ତା ଓ ସେତୁ ନିର୍ମାଣ୨୬ ଟି ପ୍ରକଳ୍ପରେ ୪୦୨ କୋଟି ୯୮ ଲକ୍ଷ୍ୟ ଟଙ୍କା, ସ୍ବାସ୍ଥ୍ୟ ସେବା ୩୭ ଟି ପ୍ରକଳ୍ପରେ୩୦ କୋଟି ୯୮ ଲକ୍ଷ ଟଙ୍କା, ଶିକ୍ଷା ବିକାଶ୧୩ ଟି ପ୍ରକଳ୍ପରେ୧୦ କୋଟି ୨୯ ଲକ୍ଷ ଟଙ୍କା, ଜଳ ସମ୍ପଦ ବିକାଶ ୧୬ ଟି ପ୍ରକଳ୍ପରେ ୧୦୪୪ କୋଟି୯୧ ଲକ୍ଷ ଟଙ୍କା, ଗୃହ ନିର୍ମାଣ ୧୮ ଟି ପ୍ରକଳ୍ପରେ ୨୬ କୋଟି ୯୧ ଲକ୍ଷ ଟଙ୍କା, ଶିଳ୍ପ ବିକାଶ ୧ ଟି ପ୍ରକଳ୍ପରେ ୯୧ କୋଟି ୭୦ ଲକ୍ଷ ଟଙ୍କା, ପର୍ଯ୍ୟଟନ ବିକାଶ ୧ ପ୍ରକଳ୍ପରେ ୪ କୋଟି ୭୩ ଲକ୍ଷ ଟଙ୍କା, ମିଶନ ଶକ୍ତି ଗୃହ ନିର୍ମାଣ ୧ ଟି ପ୍ରକଳ୍ପରେ୧ କୋଟି ୨୦ ଲକ୍ଷ ଟଙ୍କା ସମୁଦାୟ୧୧୩ ଟି ପ୍ରକଳ୍ପରେ୧୫୭୩ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ପ୍ରକାଶ । ଘଟିପଡ଼ା ରୁ ଆମପାଣି ଯାଏଁ ଲମ୍ବିଥିବା ବିଜୁ ଏକ୍ସପ୍ରେସ ସଡ଼କର ଶୁଭ ଉଦଘାଟନ କରିବା ସହିତ ବିଭିନ୍ନ ଉନ୍ନନମୂଳକ ଯୋଜନା  ଲୋକାର୍ପଣ କରିଛନ୍ତି। ବୃନ୍ଦା ବାହାଲ ଖେଳ ପଡିଆ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଜୟ ମାଁ ଭଣ୍ଡାର ଘରଣୀ କହି ଅଭିଭାଷଣ ଆରମ୍ଭ କରି କହିଥିଲେ ଯେ ବିଜୁ ଏକ୍ସପ୍ରେସ ସଡ଼କ ଏହି ଅଞ୍ଚଳର ଜୀବନ ରେଖା । ଏହି ରାସ୍ତା ଓଡିଶାର ଇତିହାସ ରଚିବ ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ନୂଆପଡ଼ା, ବରଗଡ଼ , ସମ୍ବଲପୁର, ରାଉଲକେଲା , ତଥା ଦକ୍ଷୀଣ ଓଡ଼ିଶାକୁ ସଂଯୋଗ କରିବ । ବିକାଶ ପଥରେ ଚାଷୀ ମାନଙ୍କ ଗମନାଗମନର ସୁବିଧା, ଛାତ୍ରଛାତ୍ରୀ ମାନଙ୍କ ପାଠ ପଢା ପାଇଁ ଯିବା ଆସିବାରେ ସୁବିଧା , ବଜାରକୁ ଜିନିଷ ପତ୍ର ନେବା ଆଣିବାରେ ସୁବିଧା, ସ୍ବାସ୍ଥ୍ୟ ସେବା ଆହୁରି ଉନ୍ନତ ହେବ । ବିଜୁ ଅର୍ଥନୈତିକ କରିଡ଼ର ହେବା ଦ୍ବାରା ପୁଞ୍ଜି ବିନିଯୋଗ ବଢିବ ଓ ନୂଆଁ ନୂଆଁ ଶିଳ୍ପ ଗଢି ଉଠିବ । ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ସ୍ବାଗତ ଭାଷଣ ଦେଇ ଥିବା ବେଳେ ଫାଇବ ଟି ସଚିବ ଭି କାର୍ତ୍ତିକ ପାଣ୍ଡିଏନ, ମଧ୍ୟମ କ୍ଷୁଦ୍ର ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଲାଞ୍ଜଗଡ଼ ବିଧାୟକ ଭୂପିନ୍ଦର ସିଂହଦେଓ, ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ମଞ୍ଚାସିନ ଥିଲେ। କଳାହାଣ୍ଡି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେ ନ୍ଦୁ ସିଂ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ । 

Leave a Reply

Your email address will not be published. Required fields are marked *