ରାଜ୍ୟ

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ

ଭୁବନେଶ୍ୱର: ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ଗ୍ୟାସ। ଏନେଇ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ। ଏହାଦ୍ୱାରା ଓଦା ଓ ପରିବା ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣରୁ ପ୍ରସ୍ତୁତ ହେବ ସିଏନଜି ଗ୍ୟାସ। ଭୁବନେଶ୍ୱରର କେଶୁରା ପାଖ ମେହେରପାଲିରେ ଏହି ପ୍ଲାଣ୍ଟ ପ୍ରସ୍ତୁତ ହେବାକୁ ଥିବାବେଳେ ଏନେଇ ଅଏଲ ଇଣ୍ଡିଆ ଲିମିଟେଡ଼ ଓ ବିଏମସିର ଏକ ଚୁକ୍ତି ସ୍ଵାକ୍ଷର ହୋଇଛି। ପ୍ଲାଣ୍ଟ ପ୍ରସ୍ତୁତ ପାଇଁ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିବାବେଳେ ଗୃହ ଓ ନଗର ଉନ୍ନୟନ  ବିଭାଗର ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ଵାକ୍ଷର ହୋଇଥିବାବେଳେ ୨ ବର୍ଷରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି  କହିଛନ୍ତି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।  

ତେବେ ୧୭୫ କୋଟି ଟଙ୍କା ବ୍ୟୟରେ ପ୍ରତିଦିନ ୨୦୦ ଟନ ଉତ୍ପାଦନର କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରସ୍ତୁତ କରିବାକୁ ଯାଉଛି  ଅଏଲ ଇଣ୍ଡିଆ ଲିମିଟେଡ଼। ପ୍ରାଥମିକ ଭାବେ ଭୁବନେଶ୍ୱରରେ ଆରମ୍ଭ  ହୋଇଥିବାବେଳେ ଏଥିପାଇଁ  ୮ ଏକର  ଜମି  ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର। ସରକାର ଆଗାମୀ  ଦିନରେ ୬ ଟି ମୁନିସିପାଲଟି ବା ବଡ ସହରରେ ହେବ ବୋଲି କହିଛନ୍ତି ମନ୍ତ୍ରୀ। ପୁରୀ, କୋଣାର୍କ, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ତେବେ ଏହି ବାୟୋଗ୍ୟସ ଇନ୍ଦୋର ଓ ଗୋଆରେ ପରୀକ୍ଷାମୂଳକ ଭାବେ  କରାଯାଇଥିବାବେଳେ  ଓଡ଼ିଶାରେ ଏହି ବର୍ଯ୍ୟକୁ ପ୍ରକ୍ରିୟାକରଣ କରି ଭୁବନେଶ୍ୱରକୁ ପ୍ରୟୋଗଶାଳା ଭାବେ ନେଇ ବାୟୋଗ୍ୟାସ ଉତ୍ପାଦନ କରିବ ଅଏଲ ଇଣ୍ଡିଆ ଲିମିଟେଡ଼। ଏହି କାର୍ଯ୍ୟକୁ  ତୁରିତ ତ୍ଵରାନିତ୍ଵ ପାଇଁ ମନ୍ତ୍ରୀ  କହିଥିବାବେଳେ ୨ ବର୍ଷ ପୂର୍ବରୁ ପ୍ରକଳ୍ପ ଶେଷ କରିବାକୁ କହିଛନ୍ତି ଅଏଲ ଇଣ୍ଡିଆ ଲିମିଟେଡ଼ ଏମଡି ରଞ୍ଜିତ କୁମାର ରଥ ।

Leave a Reply

Your email address will not be published. Required fields are marked *