୨୦୨୪ ରଣପୁର ହାଲଚାଲ,, ଆଶାୟୀ ପ୍ରାର୍ଥୀ ଚର୍ଚ୍ଚାରେ … ସମାଜ ସେବୀ ସ୍ୱର୍ଣ୍ଣ ପ୍ରକାଶ
ନୟାଗଡ଼ ରଣପୁର ଆଗକୁ ପାଖେଇ ଆସୁଛି ୨୦୨୪ ନିର୍ବାଚନ। ଯେତେ ପାଖେଇ ଆସୁଛି ସେତେ ବଢ଼ିବାରେ ଲାଗୁଛି ରାଜନୈତିକ ଉଷ୍ମତା। ଏବଂ ବଢିବଢି ଯାଉଛି ଆଶାୟୀଙ୍କ ସଂଖ୍ୟା। ଆରମ୍ଭ ହେଲାଣି ଆଶାୟୀ ଙ୍କ ମଧ୍ୟରେ ଛକାପଞ୍ଝା।କାହାକୁ ମିଳିବ,,, ଆଉ କାହାକୁ ମିଳିବନି ,,।ଆଉକିଏ ମାରିବ ବାଜି। ଏହାରି ଭିତରେ ରଣପୁର ଅଞ୍ଚଳରେ ଆଶାୟୀ ପ୍ରାର୍ଥୀ
ଦୌଡ଼ରେ ରଣପୁର ର ଗଳିକନ୍ଦି ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ଯୁବ ସମାଜ ସେବୀ ସ୍ବର୍ଣ୍ଣ ପ୍ରକାଶ ରାଉତରାୟ( ସ୍ଵର୍ଣ୍ଣ ଭାଇ) ଙ୍କ କଥା।
ନିଜର ଶିକ୍ଷା, ଦୀକ୍ଷା, ନିଷ୍ଠା ,କର୍ତ୍ତବ୍ୟ ପରାୟଣ ଓ ପରୋପକାର ମହାନ୍ ଗୁଣ ଯୋଗୁଁ ଜଣେ ବ୍ୟକ୍ତି ସମାଜ ସେବା କ୍ଷେତ୍ରରେ ଏକ ଘଡିସନ୍ଧି ମୂହୁର୍ତ୍ତରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହିତ ନିଜ ରାଜନୈତିକ ଦଳ ପାଇଁ ସଫଳତା ସାଉଁଟି ଆଣି ଦଳର ସଫଳତାକୁ ନିଜ ନିର୍ବାଚନ ମଣ୍ଡଳୀରେ ସର୍ବାଗ୍ରେ ପହଞ୍ଚାଇ ନିଜ ଦଳର ସାଙ୍ଗଠନିକ ସ୍ଥିତିକୁ ଯଥା ଛାତ୍ର, ଯୁବ ଓ ମହିଳା ସଙ୍ଗଠନକୁ ମଜବୁତ୍ କରିପାରିଥିବା ଯୁବନେତା ଜଣକ ଆଉ କେହି ନୁହଁନ୍ତି… ସେ ହେଉଛନ୍ତି ସବୁରି ପ୍ରିୟ ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ (ସ୍ୱର୍ଣ୍ଣ ଭାଇ)।
ଛାତ୍ର ଜୀବନରୁ ଆରମ୍ଭ କରି ଅଣ କଂଗ୍ରେସ ରାଜନୀତିରେ ପାଦ ଥାପିଥିବା ନେତା ସ୍ୱର୍ଣ୍ଣ ଭାଇ । ଏକଦା ନବୀନବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ବୃତ୍ତିଗତ ଜୀବନକୁ ଜଳାଞ୍ଜଳି ଦେଇ ଚାକିରୀ ବାକିର ରୁ ଅବସର ନେଇ ବିଜୁ ଜନତା ଦଳରେ ଯୋଗଦେଇଥିଲେ।ସେ ବିଜୁଜନତା ଦଳର ଜଣେ ସକ୍ରୀୟ ସଦସ୍ୟ ଭାବେ ନିଜର ରାଜନୈତିକ ଇନିଙ୍ଗ୍ସ ଆରମ୍ଭ କରିବା ସହିତ ନିଜ ଅଞ୍ଚଳ ବ୍ୟତୀତ ଜିଲ୍ଲା ତଥା ରାଜ୍ୟର ଜଣେ ଜଣାଶୁଣା ସମାଜସେବୀ ହିସାବରେ ବେଶ୍ ପରିଚିତ ହୋଇ ପାରିଛନ୍ତି।
କଲେଜ୍ ଇଲେକ୍ସନ ହେଉ କିମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଯେତେବେଳେ ଘଡିସନ୍ଧି ମୁହୂର୍ତ୍ତରେ ଦଳ ହାତରୁ କ୍ଷମତା ଅପସାରଣ ହୋଇ ବିରୋଧୀଙ୍କ ହାତମୁଠାକୁ ଚାଲି ଯିବାର ସମ୍ଭାବନା ଥାଏ କିମ୍ବା ଦଳରେ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୁଏ ସେତେବେଳେ ଦଳ ତରଫରୁ ଖୋଜା ପଡ଼ନ୍ତି ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ । ତାଙ୍କର ନିଃସର୍ତ୍ତ ଉଦ୍ୟମ ନିଷ୍ଠାପର ଓ ପରୋପକାରୀ ମନୋଭାବ ପାଇଁ ସେଦଳ ପାଇଁ କରିଛନ୍ତି ଅନେକ ମହାନ କାର୍ଯ୍ୟ । ବିଜେଡି ଦଳ ପାଇଁ ତଥା ଦଳୀୟ ନେତାଙ୍କ ସ୍ୱାଭିମାନକୁ ରଣପୁର ନିର୍ବାଚନ ମଣ୍ଡଳୀରେ ଅକ୍ଷୁର୍ଣ୍ଣ ରଖିବାରେ ବେଶ୍ ପ୍ରଶଂସନୀୟ ଭୂମିକା ନିର୍ବାହ କରିଥା’ନ୍ତି ସେ । ଏପରିକି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଗୋପାଳପୁର ଜୋନ୍ ଏକଦା କଂଗ୍ରେସ ଦୁର୍ଗ କୁହାଯାଉଥିବା ବେଳେ ସେଠାରେ ସେ ବିଜୁ ଜନତା ଦଳରୁ ଟିକେଟ୍ ପାଇବା ସହ ଜିଲ୍ଲା ପରିଷଦ ଭୋଟ୍ ରେ ବହୁ ସଂଖ୍ୟାରେ ଭୋଟପାଇ ବିଜେଡି ଦଳର ସଫଳତା ଆଣିବାରେ ସକ୍ଷମ ହୋଇଥିଲେ । ବିରୋଧୀ ଏବଂ ଅନ୍ୟ ରାଜନୈତିକ ଦଳର ନେତାମାନେ ହାର୍ ମାନିଥିଲେ ତାଙ୍କ ଗୋଟି ଚାଳନା ଆଗରେ। ସେବେଠାରୁ ବିଜେଡ଼ିର ଜୟ ଯାତ୍ରାରେ ସେ ରଣପୁର ନିର୍ବାଚନ ମଣ୍ଡଳୀରେ ନିଜ ଦଳର ସାଙ୍ଗଠନିକ ସ୍ଥିତିକୁ ଅହରହ ଅଜାଚିତ ଭାବେ ସହଯୋଗ କରି ସମଗ୍ର ରଣପୁର ନିର୍ବାଚନ ମଣ୍ଡଳୀରେ ଲୋକ ପ୍ରିୟତା ହାସଲ କରିଛନ୍ତି। ସେ ଛାତ୍ର,ଯୁବକ,ମହିଳା ସଙ୍ଗଠନକୁ ମୁଜବୁତ୍ କରିବାରେ ବେଶ୍ ପରିଚିତ ଅଛନ୍ତି । ତେଣୁ ଆଗାମୀ 2024 ସାଧାରଣ ନିର୍ବାଚନରେ ରଣପୁରରେ ଯୁବନେତୃତ୍ୱକୁ ସୁଯୋଗ ଦେଇ ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ(ସ୍ୱର୍ଣ୍ଣ ଭାଇ)ଙ୍କୁ ରଣପୁର ପାଇଁ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଲେ ଦଳର ବିଜୟ ସହଜସାଧ୍ୟ ହେବ ବୋଲି ରଣପୁର ଅଞ୍ଚଳ ର ବୁଦ୍ଧିଯିବି ମାନଙ୍କ ଠାରୁ ଆରମ୍ଭ କରି ଛାତ୍ର ମହିଳା ଏବଂ ଗାଁ ଗହଳିର ଗଳିକନ୍ଦିରେ ଚର୍ଚ୍ଚାର ବିଷୟ ପାଲଟିଛି।