ବରଯାତ୍ରୀ ବେଳେ ହତ୍ୟା ମାମଲା: ୨ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅଧୀନ ଟେଙ୍ଗରାପଥର ଗ୍ରାମରୁ ମୁକ୍ତି ସାହୁ ନାମକ ଜୈନିକ ବ୍ଯକ୍ତି ଗୁଣ୍ଡୁରୁପାଲି ଗ୍ରାମକୁ ବରଯାତ୍ରୀ ଯାଇଥିବା ବେଳେ ତାଙ୍କୁ ହତ୍ୟା କରା ଯାଇଥିବା ଘଟଣାରେ ଏଡିଜେ କୋର୍ଟ ରାୟ ଶୁଣାଇଛନ୍ତି। ପାଟଣାଗଡ଼ ଏଡିଜେ ଗିରଫ ୨ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।
ଏହି ଖବର ପଢ଼ନ୍ତୁ: ନୌସେନା ବୋଟ୍-ଯାତ୍ରୀବାହୀ ବୋଟ୍ ମୁହାଁମୁହିଁ ଧକ୍କା
ମାମଲାର ବିବରଣୀରୁ ଜଣାଯାଏ ଯେ, ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଟେଙ୍ଗରାପଥର ଗ୍ରାମର ମୁକ୍ତି ସାହୁ ଖପ୍ରାଖୋଲ ବ୍ଲକ ଗୁଣ୍ଡୁରୁପାଲି ଗ୍ରାମକୁ ୨୦୨୨ ମସିହା ମାର୍ଚ୍ଚ ୨୫ ତାରିଖରେ ବରଯାତ୍ରୀ ଯାଇଥିଲେ। ଠିକ ସେହିପରି ଗ୍ରାମର ପଙ୍କଜ ଓରଫ ରୁକ୍ମଣ ବିଶି ଓ ଶିବ ସାହୁ ମଧ୍ୟ ଯାଇଥିଲେ। ସେଠାରୁ ମୁକ୍ତିକୁ ଶିବ ଓ ରୁକ୍ମଣ ଡାକି ନେଇଥିଲେ। କୌଣସି କାରଣରୁ ଝଗଡ଼ା ସୃଷ୍ଟି ହୋଇ ମୁକ୍ତିଙ୍କୁ ହତ୍ୟା କରିଥିଲେ। ପର ଦିନ ଅର୍ଥାତ୍ ୨୬ ତାରିଖରେ କପସିପାଲି ଗ୍ରାମର ସ୍ବଜଳଧାରା ନିକଟରୁ ମୁକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୁକ୍ତିଙ୍କୁ ହତ୍ୟା କରା ଯାଇଥିବା ନେଇ ପୁଅ ପ୍ରଶାନ୍ତ ସାହୁ ଖପ୍ରାଖୋଲ ଥାନାରେ ଏତାଲା ଦେଇଥିଲେ।