ରାଜ୍ୟ

ବିନା ଅନୁମତିରେ ‘ଜିରୋ ନାଇଟ୍‌’ର ଆୟୋଜନ ମନା, ହୋଇପାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: କ୍ୟାଲେଣ୍ଡର ବର୍ଷ-୨୦୨୪ ସରିସରି ଆସୁଛି। ବର୍ଷ ‌ଶେଷ ହେଉଥିବାରୁ ଯୁବପିଢ଼ି ଏକ ପ୍ରକାର ଉତ୍ସାହିତ ଲୟରେ ଦେଖାଯାଉଛନ୍ତି। ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଭିଡ଼ ଦେଖିବାକୁ ମିଳୁଛି। ବର୍ଷର ଅନ୍ତିମ ସପ୍ତାହରେ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଅଧିକ ଭିଡ଼ ରହିପାରେ। ମନ୍ଦିର, ପାହାଡ଼ ନିକଟରେ ଥିବା ଜଳପ୍ରପାତ, ବେଳାଭୂମି ନିକଟ ଝାଉଁବଣ, ନଦୀ-ନାଳକୂଳରେ ଭୋଜିର ଆସର ଅଧିକ ଜମିବ। ସବୁଠାରୁ ବର୍ଷର ଶେଷ ରାତିରେ ଓ ନୂଆବର୍ଷର ପ୍ରଥମ ରାତିରେ ଜୋରଦାର ଉତ୍ସବ ପାଳନ ହେବ। ଜିରୋ ନାଇଟ୍‌ ଭାବେ ଅଧିକ ଜଣାଶୁଣା ଏହି ମୁହୂର୍ତ୍ତ ତଥା ୨୦୨୫ ଜାନୁଆରି ୧ ତାରିଖ ରାତି ୧୨ଟା ପରଠାରୁ ବିଳମ୍ବିତ ସମୟ ଯାଏଁ ଯୁବପିଢ଼ି ଅଧିକ ଉତ୍ସାହିତ ହେବେ। ଗ୍ରାମାଞ୍ଚଳ ତୁଳନାରେ ସହରିଆ ଲୋକେ ଅଧିକ ମଜାମସ୍ତି କରିବେ। ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଇଁ ଏବେ ଠାରୁ ବଡ଼ବଡ଼ ହୋଟେଲ, ରେଷ୍ଟୁରାଣ୍ଟ, ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଗନ୍ତୁକମାନଙ୍କ ପାଇଁ ହୋଟେଲଗୁଡ଼ିକରେ ପ୍ୟାକେଜ୍‌ ବ୍ୟବସ୍ଥା ହୋଇଛି। ଇଭେଣ୍ଟ୍‌ ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକ ମଧ୍ୟ ଜିରୋନାଇଟ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନୂଆବର୍ଷରେ ନିଶା କାରବାର ଅଧିକ ହୋଇପାରେ। ତେବେ ଏସବୁକୁ ଦୃଷ୍ଟିରେ ରଖି ସରକାର କଟକଣା ଲଗାଇଛନ୍ତି। 

Leave a Reply

Your email address will not be published. Required fields are marked *