ରାଜ୍ୟ

ଅନଲାଇନରେ ଖାଦ୍ୟ ଅର୍ଡର ହୋଇଯିବ ଶସ୍ତା!

ନୂଆଦିଲ୍ଲୀ: ଆସନ୍ତାକାଲି ଜୀବନ ବୀମା ଏବଂ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସ୍ଟି ହ୍ରାସ କରିବାକୁ ଜିଏସଟି ପରିଷଦ ନିଷ୍ପତ୍ତି ନେଇପାରେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମହଙ୍ଗା ଘଣ୍ଟା, ଜୋତା ଏବଂ ପୋଷାକ ଉପରେ ଜିଏସ୍ଟି ହାର ବୃଦ୍ଧି ସହିତ ସିଗାରେଟ ଓ ତମାଖୁ ଉପରେ ୩୫ ପ୍ରତିଶତ ଜିଏସଟି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇପାରେ। ପ୍ରାୟ ୧୪୮ ଟି ଆଇଟମ୍ ଉପରେ ଜିଏସ୍ଟି ହାରରେ ପରିବର୍ତ୍ତନ କରାଯାଇପାରେ |

ରାଜସ୍ଥାନର ଜୈସଲମେରରେ ହେବାକୁ ଥିବା ଜିଏସଟି ପରିଷଦ ବୈଠକରେ ଏନେଇ ଆଲୋଚନା କରାଯାଇପାରେ। ଏହି ବୈଠକରେ ଆଭିଏସନ ଟର୍ବାଇନ ଇନ୍ଧନ (ଏଟିଏଫ) ଜିଏସ୍ଟି ଅଧୀନରେ ଆଣିବା ଉପରେ ମଧ୍ୟ ଆଲୋଚନା କରାଯାଇପାରେ। ଜିଏସ୍ଟି ପରିଷଦ ବୈଠକରେ ଟର୍ମ ବୀମା ଯୋଜନା ଉପରେ ୧୮ ପ୍ରତିଶତ ଜିଏସ୍ଟିର ସମ୍ପୂର୍ଣ୍ଣ ରଦ୍ଦ ଅନୁମୋଦନ ହୋଇପାରେ। ଏଥି ସହିତ ବରିଷ୍ଠ ନାଗରିକ ତଥା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା କିଣୁଥିବା ବ୍ୟକ୍ତିଙ୍କ ଉପରେ ଜିଏସ୍ଟି ରଦ୍ଦ ହୋଇପାରେ। ଜିଏସଟି ପରିଷଦ କିଛି ଜିନିଷ ଉପରେ ଜିଏସ୍ଟି ହାରକୁ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିପାରନ୍ତି।

ବଡ କଥା ଯେ ସ୍ବୀଗି ଏବଂ ଜୋମାଟୋ ପରି ଖାଦ୍ୟ ବିତରଣ କମ୍ପାନୀଗୁଡିକ ଉପରେ ଜିଏସ୍ଟି ହାର ବର୍ତ୍ତମାନର ୧୮ ପ୍ରତିଶତରୁ (ITC ସହିତ) 5 ପ୍ରତିଶତକୁ ହ୍ରାସ କରାଯାଇପାରେ | ଜିଏସ୍ଟିର ଫିଟମେଣ୍ଟ କମିଟି ବ୍ୟବହୃତ ବୈଦ୍ୟୁତିକ ଯାନ ତଥା ଛୋଟ ପେଟ୍ରୋଲ ଏବଂ ଡିଜେଲ ଯାନ ବିକ୍ରୟ ଉପରେ ଜିଏସ୍ଟିକୁ ବର୍ତ୍ତମାନର ୧୨ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି। 

Leave a Reply

Your email address will not be published. Required fields are marked *