ବାଂଲାଦେଶ ସେନାକୁ ତାଲିମ ଦେବ ପାକିସ୍ତାନ
ଢାକା: ୧୯୭୧ରେ ଭାରତୀୟ ସେନା ସହାୟତାରେ ଯେଉଁ ପାକିସ୍ତାନୀ ସେନାକୁ ବାଂଲାଦେଶରୁ ବାହାର କରିଦିଆଯାଇଥିଲା, ୫୩ ବର୍ଷ ପରେ ପୁଣି ଥରେ ବାଂଲାଦେଶ ଫେରିବା ଆରମ୍ଭ କରିଛି ସେହି ପାକିସ୍ତାନୀ ସେନା । ନୂଆ ସୂଚନା ଅନୁସାରେ ପାକିସ୍ତାନ ସେନା ଏବେ ବାଂଲାଦେଶୀ ସେନାକୁ ତାଲିମ ପ୍ରଦାନ କରିବ । ଏହା ଭାରତ ପାଇଁ ନୂଆ ଚିନ୍ତାର କାରଣ ହୋଇପାରେ ।
ଖୁବଶୀଘ୍ର ପାକିସ୍ତାନ ସେନାର ଜେନେରାଲ ଖୁବ୍ ଶୀଘ୍ର ନିଜର ପୂରା ଟିମ୍ ସହ ବାଂଲାଦେଶ ଗସ୍ତରେ ଯାଇପାରନ୍ତି। ଗୁଇନ୍ଦା ଏଜେନ୍ସିର ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଯୁଗ୍ମ ଚିଫ୍ ଅଫ୍ ଷ୍ଟାଫ୍ କମିଟିର ମୁଖ୍ୟ ଜେନେରାଲ ସାହିର ଶମଶାଦ ମିର୍ଜା ବାଂଲାଦେଶକୁ ଏକ ପ୍ରସ୍ତାବ ପଠାଇଥିଲେ। ଏହି ପ୍ରସ୍ତାବରେ ସେ ନିଜେ ବାଂଲାଦେଶ ଆର୍ମି ଟ୍ରେନିଂ ଇନଷ୍ଟିଚ୍ୟୁଟ, ଇନଫେଣ୍ଟରି ଆଣ୍ଡ ଷ୍ଟ୍ରାଟେଜିକ ସ୍କୁଲ, ଡିଫେନ୍ସ ସର୍ଭିସ କମାଣ୍ଡ ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଜେନେରାଲ ମିର୍ଜା ବାଂଲାଦେଶ ସେନାର ଷ୍ଟାଫ୍ କଲେଜରେ ଅତିଥି ବକ୍ତା ଭାବେ ଯୁବ ଅଧିକାରୀମାନଙ୍କୁ ସମ୍ବୋଧିତ କରିବାକୁ ଚାହୁଁଛନ୍ତି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ବାଂଲାଦେଶ ଏହି ପ୍ରସ୍ତାବକୁ ଗ୍ରହଣ କରିଛି। ଏହି ଗସ୍ତକୁ ନେଇ ଏକ ପର୍ଯ୍ୟାୟ ଆଲୋଚନା ମଧ୍ୟ ହୋଇଛି । ତେବେ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନାହିଁ।