ଯୋଜନାବଦ୍ଧ ଭାବେ ମାଓନେତା ଦସରୁକୁ ହତ୍ୟା କରିଛି ପୁଲିସ: ନକ୍ସଲ
ସୀମାନ୍ତ ଛତିଶଗଡ଼ର ନାରାୟଣପୁରର କୁମ୍ମ-ଲେକାୱାଡା ଜଙ୍ଗଲରେ ଡିଆରଜି ଯବାନଙ୍କ ଦ୍ୱାରା ଗତ ୧୧ ଏବଂ ୧୨ ତାରିଖ ଦିନ ହୋଇଥିବା ହତ୍ୟାକାଣ୍ଡ ସମସ୍ତଙ୍କ ସାମ୍ନାରେ ରଖୁଛୁ ବୋଲି ଆଜି ପ୍ରେସ ବିଜ୍ଞପ୍ତିରେ ମାଡ ଡିଭିଜନର ପ୍ରବକ୍ତା ଅନିତା ମାଣ୍ଡବୀ ପ୍ରକାଶ କରିଛନ୍ତି। ଏହି ଘଟଣା ପୁଲିସର ନିଷ୍ଠୁର ଏବଂ ରକ୍ତାକ୍ତ ଚେହେରାକୁ ପଦାକୁ ଆଣିବା ସହ ଏହାକୁ ଲୁଚାଇବାକୁ ଏକ ନୂଆ ଏବଂ ମିଥ୍ୟା କାହାଣୀ ପ୍ରସ୍ତୁତ କରିଛନ୍ତି। ଯିଏ ଆମକୁ ଶିଶୁ ଏବଂ ଲୋକଙ୍କୁ ମାନବ ଢାଳ ଭାବରେ ବ୍ୟବହାର କରୁଥିବା ଅଭିଯୋଗ କରୁଛନ୍ତି। ତାହା ସମ୍ପୂର୍ଣ୍ଣ ଭୁଲ ଏବଂ ମିଥ୍ୟା ଅଟେ। କୌଣସି ଗ୍ରାମବାସୀ ନଥିଲେ ଯେଉଁଠାରେ କମ୍ରେଡ ଦସରୁ ଅରଫ କାର୍ତ୍ତିକ ଦାଦାଙ୍କୁ କାବୁ କରାଯାଇ ହତ୍ୟା କରାଯାଇଥିଲା।
ଗ୍ରାମବାସୀଙ୍କ ଉପରେ ଅତିର୍କିତ ଗୁଳି ଚଳାଇବା ସ୍ଥାନ ଅଲଗା ଏବଂ ସମୟ ମଧ୍ୟ ଭିନ୍ନ ଅଟେ ବୋଲି ସଂଗଠନ କହିଛି। ଏହି ସମସ୍ତ ଅଭିଯାନରେ ଆମର ପିଏଲଜିଏ ଦ୍ୱାରା ଗୋଟିଏ ବି ଗୁଳି ବିନିମୟ ହୋଇନାହିଁ। କୌଣସି ଏନକାଉଣ୍ଟର ହୋଇନଥିଲା। ଆମର ସାଥୀ ଆହତ ହୋଇନାହାଁନ୍ତି। କୌଣସି ସଭା ଅନୁଷ୍ଠିତ ହୋଇନାହିଁ। ଲୋକମାନଙ୍କୁ ଜାଣିଶୁଣି ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇଥିଲେ ଏବଂ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ଆହତମାନଙ୍କ ମଧ୍ୟରୁ କେତେକ ସାମାଜିକ କର୍ମୀଙ୍କ ଉଦ୍ୟମରେ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ। କୁମ୍ମାର ଗ୍ରାମବାସୀ କୋହଲା ତାଙ୍କ ଛୋଟ ପିଲାକୁ ଓୟାମଙ୍କ ହାତରୁ ଛଡ଼ାଇ ନେଇ ଅତି ନିର୍ମମ ଭାବରେ ହତ୍ୟା କରି ଶିଶୁଟିକୁ ନନ୍ଦତୀ ଗ୍ରାମରେ ଛାଡି ଦେଇଥିଲେ।