ରାଜ୍ୟ

ସାମ୍ବାଦିକତା ମାଧ୍ୟମରେ ଓଡ଼ିଶାର ବଣମଲ୍ଲିମାନଙ୍କୁ ଆଗକୁ ଆଣୁ ଗଣମାଧ୍ୟମ’

ଭୁବନେଶ୍ୱର: ଓଡ଼ିଶାରେ ସାମ୍ବାଦିକମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି। ଓଡ଼ିଶାର ଅଧିକାରରେ ସାମ୍ବାଦିକ ବନ୍ଧୁମାନଙ୍କର ବି ଦାୟିତ୍ୱ ଅଛି। ଏହି ସାମ୍ବାଦିକ ବନ୍ଧୁମାନଙ୍କର ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବା ସହ ସେମାନଙ୍କୁ ବିଧିବିଦ୍ଧ ଭାବରେ ମାନ୍ୟତା ପ୍ରଦାନ କରିବା ତଥା ପେନସନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଏହା କହିଛନ୍ତି।

ଏହି ଖବର ପଢ଼ନ୍ତୁ: ସରକାର-ନକ୍ସଲ ମଧ୍ୟରେ ଶାନ୍ତିବାର୍ତ୍ତା ପାଇଁ ନକ୍ସଲଙ୍କ ପାଖକୁ ଗଲେ ଯବାନ୍‌

ଓଡ଼ିଶା ସାମ୍ବାଦିକ ୟୁନିୟନ(ଓଜେୟୁ)ର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାମ୍ବାଦିକମାନଙ୍କ ସ୍ୱାର୍ଥ, ସୁରକ୍ଷା ଓ ସଂଘର୍ଷକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିବା ଓଡ଼ିଶା ସାମ୍ବାଦିକ ୟୁନିୟନର କାର୍ଯ୍ୟ ପ୍ରଶଂସନୀୟ। ଆମ ଦେଶର ସମ୍ବିଧାନର ଗୌରବମୟ ୭୫ ବର୍ଷ ପୂର୍ତ୍ତି ହୋଇଛି। ତେବେ ସମ୍ବିଧାନ ପ୍ରଣୟନ ହେବା ପରେ ଦେଶରେ ପ୍ରଥମ କରି ଯେଉଁ ନିର୍ବାଚନ ହୋଇଥିଲା, ତାହା ପୂର୍ବରୁ ସମ୍ବିଧାନ ସଂଶୋଧନ କରାଗଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ସମ୍ବିଧାନର ସଂଶୋଧନ କରାଇଥିଲେ, ଯାହାର ବଡ ଶିକାର ହୋଇଥିଲେ ସାମ୍ବାଦିକ। ବାକ୍ ସ୍ୱାଧୀନତାକୁ ସଂଶୋଧନ କରାଗଲା, ଯେଉଁ ସଂଶୋଧନ ଥିଲା ସମାଲୋଚନାରୁ ବଞ୍ଚିବା ପାଇଁ। 

Leave a Reply

Your email address will not be published. Required fields are marked *