ରାଜ୍ୟ

ହତ୍ୟା ମାମଲାର ଶୁଣାଣି କରି ଆଜୀବନ ସଶ୍ରମ କାରାଦଣ୍ଡ ଶୁଣାଇଲେ ବିଚାରପତି

ସୁନ୍ଦରଗଡ: ଆଜି ସୁନ୍ଦରଗଡ ଜିଲ୍ଲା ଦୌରା ଜଜ ଶିଖାରାଣୀ ରଥ ଏକ ହତ୍ୟା ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି | ଏହି ଘଟଣାର ଦୋଷୀ ମହେନ୍ଦ୍ର ନାୟକଙ୍କୁ ଆଇପିସିର ଦଫା ୩୦୨ରେ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ ୨୦ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ଏହି ଘଟଣାଟି ୧୬ ନଭେମ୍ବର.୨୦୧୯ ରାତି ପ୍ରାୟ ଦଶଟାରେ ଘଟିଥିଲା | ଅଭିଯୁକ୍ତ ମହେନ୍ଦ୍ର ନାୟକ ଯିଏକି , ଜଣେ ବୃଦ୍ଧାଙ୍କୁ ଗଳା ଚିପି ହତ୍ୟା କରିଥିଲା | ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା ହୋଇଥିଲା |

ଘଟଣାଟି ରାଜଗାଙ୍ଗପୁର ଥାନା ଥାନା ଅନ୍ତର୍ଗତ ହାତିମୁଣ୍ଡ ଗାଁରେ ଘଟିଥିଲା । ସେ ସମୟରେ ଥିବା ତଦନ୍ତକାରୀ ଅଫିସର ରାଜଗାଙ୍ଗପୁର ଥାନାରେ କେସ ନ -୩୩୪/୧୭.୧୧.୨୦୧୯  ଆଇପିସିର ଦଫା ୩୦୨ରେ କେଶ କରି ତଦନ୍ତ କରିଥିଲେ । ୨୫ ଜଣଙ୍କ ସାକ୍ଷ୍ୟ ପ୍ରମାଣ, ସରକାରୀ ଓକିଲଙ୍କ ଦୃଢ ଯୁକ୍ତି ଏବଂ ୨୦ ଗୋଟି ଦସ୍ତାବିଜକୁ ଆଧାରକରି ମାନ୍ୟବର ଜିଲ୍ଲା ଦୌରା ଜଜ ଦୋଷୀକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । 

Leave a Reply

Your email address will not be published. Required fields are marked *