ଓଡ଼ିଶା ପାଇଁ ୪୫୫ କୋଟି ଟଙ୍କା ଅନୁଦାନ ଜାରି କଲା କେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ବର: କେନ୍ଦ୍ର ସରକାର ଓଡ଼ିଶା ଓ ରାଜସ୍ଥାନର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭି ଏଫସି) ଅନୁଦାନ ରାଶି ପ୍ରଦାନ କରିଛନ୍ତି। ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ବିତୀୟ କିସ୍ତି ଅର୍ଥାତ୍ ୩୭୦.୨୦ କୋଟି ଟଙ୍କା ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅଣବନ୍ଧିତ ଅନୁଦାନର ପ୍ରଥମ କିସ୍ତିର ବକେୟା ରାଶି ୮୪.୫୦୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ପାଣ୍ଠି ରାଜ୍ୟର ସମସ୍ତ ଯୋଗ୍ୟ ୬୭୯୪ଟି ଗ୍ରାମ ପଞ୍ଚାୟତ, ୩୧୪ ଟି ବ୍ଲକ ପଞ୍ଚାୟତ ଏବଂ ୩୦ଟି ଜିଲ୍ଲା ପଞ୍ଚାୟତ ପାଇଁ ରହିଛି।ରାଜସ୍ଥାନ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଅଣବନ୍ଧିତ ଅନୁଦାନର ଦ୍ବିତୀୟ କିସ୍ତି ଅର୍ଥାତ୍ ୫୬୦.୬୩ କୋଟି ଟଙ୍କା ଏବଂ ୧ମ କିସ୍ତିର ଅଟକି ରହିଥିବା ରାଶି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୫୩.୪୧୨୩ କୋଟି ଟଙ୍କାର ଅଣବନ୍ଧିତ ଅନୁଦାନର କିସ୍ତି ପ୍ରଦାନ କରାଯାଇଛି। ଏହି ପାଣ୍ଠି ରାଜ୍ୟର ୧୦୧୦୫ ଯୋଗ୍ୟ ଗ୍ରାମ ପଞ୍ଚାୟତ, ୩୧୫ ଯୋଗ୍ୟ ବ୍ଲକ ପଞ୍ଚାୟତ ଓ ୨୦ ଜଣ ଯୋଗ୍ୟ ଜିଲ୍ଲା ପଞ୍ଚାୟତ ପାଇଁ ରହିଛି।